ବିଜେପିରେ ପରିବାରବାଦ ରାଜନୀତି ଚଳିବନି : ମୋଦୀ

ନୂଆଦିଲ୍ଲୀ: ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିବାରବାଦକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ମୋଦୀ କହିଛନ୍ତି ଯେ, ବିଜେପି ସାଂସଦଙ୍କ ପିଲାଙ୍କୁ ଟିକେଟ ମିଳିଲାନି କାହିଁକିନା ଏହା ପରିବାରବାଦରେ ଆସିଥାଏ । ସେମାନଙ୍କୁ ମୋ ପାଇଁ ଟିକେଟ ମିଳିଲାନି । ପରିବାରବାଦୀ ପାର୍ଟି ଦେଶକୁ ତଳ ସ୍ତରକୁ ନେଉଛି । ଏଥିସହିତ ପରିବାର ଦ୍ୱାରା ଜାତିବାଦ ବଢ଼ିଥାଏ ।

ମୋଦୀ ଆହୁରି କହିଛନ୍ତି ଯେ, ଯଦି କାହାରି ଟିକେଟ କଟିଛି ତେବେ ସେଥିପାଇଁ ମୁଁ ଦାୟୀ । ସାଂସଦଙ୍କ ପିଲାଙ୍କୁ ଟିକେଟ ନଦେବା ଯଦି ପାପ, ହଁ ମୁଁ ସେ ପାପ କରିଛି । ପାର୍ଟିରେ ପରିବାରବାଦକୁ ଅନୁମତି ମିଳିବ ନାହିଁ ।