ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତରେ ଅବସ୍ଥାପିତ ବ୍ରିଟେନ୍ର ଡେପୁଟୀ ହାଇକମିଶନର ନିକ ଡି ଲୋ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସ ଠାରେ ସାକ୍ଷାତ କରିଛନ୍ତି। ଏହି ଅବସରରେ କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶାର ଅବଦାନ ଏବଂ ଶ୍ରୀ ପଟ୍ଟନାୟକଙ୍କ ଦୂରଦର୍ଶିତାର ଭୂୟଶୀ ପ୍ରଶଂସା କରିଥିଲେ।
ଦୁହିଁଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଗଠନମୂଳକ ଆଲୋଚନା ହୋଇଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ନିକ୍ଙ୍କୁ ଓଡ଼ିଶା ସ୍ପନ୍ସରସିପ୍ କରୁଥିବା ଭାରତୀୟ ହକି ଟିମ୍ର ଜର୍ସି ପ୍ରଦାନ କରିଥିଲେ। ଆସନ୍ତାକାଲି କମଲୱେଲଥ ଡେ ଉପଲକ୍ଷେ ନିକ୍ ପୁରୀ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଚ୍ ଭଲିବଲ୍ ମ୍ୟାଚ୍ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।