ପଞ୍ଜାବ: ପଞ୍ଜାବ ବିଧାନସଭା ନିର୍ବାଚନରେ ଜିତିବା ପରେ ଆମ ଆଦମୀ ପାର୍ଟିର ଆତ୍ମବିଶ୍ୱାସ ବହୁଗୁଣା ବଢ଼ିଯାଇଛି । ସେଥିପାଇଁ ଏବେ ହିମାଚଳପ୍ରଦେଶ ଓ ଗୁଜରାଟ ଦଖଲ କରିବାକୁ ଲକ୍ଷ୍ୟ ରଖିଛି । ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କ ନେତୃତ୍ୱରେ ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ଆଜି ରୋଡ ଶୋ’ ହୋଇଛି । ଏହି ଅବସରରେ ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଶ୍ରୀ ଜୈନ ଟାର୍ଗେଟ କରିଥିଲେ ।
ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଆପ୍ ସରକାର ଗଢ଼ିବ ବୋଲି ମୁଁ ଆଶାବାଦୀ ଅଛି । ଆସନ୍ତା ବିଧାନସଭା ନିର୍ବାଚନରେ ଆମେ ସମସ୍ତ ୬୮ଟି ସିଟରେ ଲଢ଼ିବୁ । ଏଠାକାର ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଖବ୍ ଖରାପ ସ୍ଥିତିରେ ରହିଛି ।