କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକ୍ ଅଧ୍ୟକ୍ଷ ପଦକୁ ବିଜେଡି ହାତେଇ ନେଇଛି। ସୂଚନାରୁ ଜଣାପଡିଛିଯେ ୩୭ ସଦସ୍ୟ ବିଶିଷ୍ଟ ଏହି ବ୍ଲକ୍ରେ ବିରୋଧି ବିଜେପିରୁ ୯ଜଣ ସମିତି ସଦସ୍ୟ ଥିଲା ବେଳେ ବିଜେଡିରୁ ୨୭ ଏବଂ କଂଗ୍ରେସ ସମର୍ଥିତ ୧ ସମିତି ସଭ୍ୟ ଚଳିତ ପଂଚାୟତ ନିର୍ବାଚନରେ ଜିତିଥିଲେ। ତେବେ ଆଜି ବ୍ଲକ୍ ଅଧ୍ୟକ୍ଷା ପଦବୀ ପାଇଁ ବିଜେଡି ଦୀପା ମଲିକ୍ଙ୍କୁ ପ୍ରାର୍ଥୀ କରିଥିଲା ବେଳେ ବିଜେପି ଲିଲି ସେଠୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା।
ବିଜେଡି ପ୍ରାର୍ଥୀଙ୍କୁ ୨୮ ଖଣ୍ଡ ଭୋଟ୍ ମିଳିଥିଲା ବେଳେ ବିରୋଧି ଶିବିରରୁ କ୍ରସ ଭୋଟିଂ ହେବା ସ୍ପଷ୍ଟ ହୋଇଯାଇଛି। ବିକାର ମୁଦ୍ଧା କରି ଭୋଟ ଲଢୁଥିବା ବିଜେଡିକୁ ଆଶାତୀତ ସଫଳତା ମିଳିଥିଲା ବେଳେ ବିରୋଧି ଦଳ ଫେଲ ମାରିଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ଦୀପା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଲିଲି ସେଠୀଙ୍କୁ ୧୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିବା ବ୍ଲକ୍ ନିର୍ବାଚନ ଅଧିକାରୀ ନିହାର ରଂଜନ ମଲିକ୍ ସୂଚନା ଦେଇଛନ୍ତି।