ଦେଓଗାଁ,ଏନ୍ଏନ୍ଏସ୍: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଧଣ୍ଡାମାଲ ପଞ୍ଚାୟତର ପୂର୍ବ ସରପଞ୍ଚ ତଥା ବ୍ରାମଣିଜୋର ପାଞ୍ଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିବା ଦୟାନିଧି ଖମାରୀ ଦେଓଗାଁ ବ୍ଲକ୍ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଦେଓଗାଁ ବ୍ଳକ ରେମୋଟ ୨୬ଜଣ ସମିତିସଭ୍ୟ ନିର୍ବାଚିତ ହୋଇଥିବାବେଳେ ଅଧ୍ୟକ୍ଷ ନିର୍ବାଚନ ଦିନ ୨୫ ଜଣ ସମିତିସଭ୍ୟ ଉପସ୍ଥିତ ଥିଲେ।
ନିର୍ବାଚନ ସାରିବା ପର୍ଯ୍ୟନ୍ତ ସାରସମାଲର ସମିତି ସଭ୍ୟା ପଙ୍କଜିନି ଖମାରୀ ଅନୁପସ୍ଥିତ ରହିଥିଲେ। ଫଳରେ ୨୫ ଜଣ ନିର୍ବାଚନରେ ଭାଗ ନେଇଥିଲେ। ଶ୍ରୀ ଖମାରୀ ୧୪ ଖଣ୍ଡ ଭୋଟପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ଭାବରେ ଛିଡ଼ା ହୋଇଥିବା ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ୧୧ ଖଣ୍ଡ ଭୋଟ ପାଇଛନ୍ତି। ଅଧ୍ୟକ୍ଷ ନିର୍ବାଚନରେ ଅନୁପସ୍ଥିତ ଥିବା ସମିତିସଭ୍ୟଙ୍କୁ ପୂର୍ବ ଅଧ୍ୟକ୍ଷ ଶ୍ରୀମେହେର ଅପହରଣ କରିନେଇଥିବା ନେଇ ବ୍ଲକ୍ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ଦୟାନିଧି ଖମାରୀ ଦେଓଗାଁ ଥାନାରେ ଅଭିଯୋଗ କରିଛନ୍ତି।
ଏପରିକି ପୂର୍ବ ଅଧ୍ୟକ୍ଷଙ୍କ କେମ୍ପରେ କାଲିରାତି ପର୍ଯ୍ୟନ୍ତ ମୋ ସ୍ତ୍ରୀ ଥିଲେ ହେଲେ ସକାଳୁ ତାଙ୍କୁ ଶ୍ରୀ ମେହେର ଅପହରଣ କରିନେଇଛନ୍ତି ବୋଲି ସେ କହିଛନ୍ତି। ଶ୍ରୀମେହେରଙ୍କୁ ପଚାରିବାରୁ ମଣ୍ଟୁଙ୍କ ଭାଇ ସହ ତାଙ୍କ ସ୍ତ୍ରୀ ଯାଇଛନ୍ତି ମୁଁ ଅପହରଣ କରିନାହିଁ ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ବୋଲି କହିଛନ୍ତି। ବଲାଙ୍ଗିର ପୁଲିସ ଏସ୍ଡିପିଓ ତୋଫାନ ବାଗଙ୍କୁ ପଚାରିିିିବାରୁ ଅଭିଯୋଗକୁ ନେଇ ତଦନ୍ତ ଚାଲିଛି ବୋଲି କହିଛନ୍ତି।