କଟକ,ଏନ୍ଏନ୍ଏସ୍: ଓଡ଼ିଶା ଫୁଟବଲ୍ ଆସୋସିଏସନ୍ (ଫାଓ) ପକ୍ଷରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସହଯୋଗରେ ଗତ ୫ ତାରିଖଠାରୁ ଏଠାରେ ଏଏଫ୍ସି “ବି’ ଡିପ୍ଲୋମା କୋଚିଂ କୋର୍ସର ଦ୍ୱିତୀୟ ମୋଡୁଲ୍ ଆରମ୍ଭ ହୋଇଛି। ଏହି କୋର୍ସ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଏହି କୋଚିଂ କୋର୍ସ ଜାରି ରହିବ। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ୨୨ ଜଣ କୋଚ୍ ଏହି କୋର୍ସରେ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାର ୬ ଜଣ କୋଚ୍ ରହିଛନ୍ତି।
ଏଆଇଏଫ୍ଏଫ୍ର କୋଚ୍ ଏଜୁକେଟର୍ ତଥା ଏଲିଟ୍ ୟୁଥ୍ ଡେଭଲପ୍ମେଣ୍ଟ୍ର ମୁଖ୍ୟ ମାରିଆନୋ ଡିଆସ୍ ଏହି କୋଚିଂ କୋର୍ସ ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ଶିକ୍ଷା ଦେଉଛନ୍ତି। ପୂର୍ବରୁ ଗତବର୍ଷ ନଭେମ୍ବରରେ ଏଏଫ୍ସି “ବି’ ଡିପ୍ଲୋମା କୋଚିଂ କୋର୍ସର ପ୍ରଥମ ମୋଡୁଲ୍ ଶେଷ ହୋଇଥିଲା।