ବିଦେଶରେ ପଢ଼ିଥିବା ମେଡିକାଲ ଛାତ୍ରଙ୍କୁ ସରକାର ଦେଲେ ଆଶ୍ୱସ୍ତି

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏଭଳି ସ୍ଥିତିରେ ୟୁକ୍ରେନରୁ ଭାରି ସଂଖ୍ୟାରେ ମେଡିକାଲ ଛାତ୍ର ଭାରତ ଫେରୁଛନ୍ତି । କେନ୍ଦ୍ର ସରକାର ବିଦେଶରୁ ଫେରିଥିବା ଛାତ୍ରଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । କରୋନା କିମ୍ବା ୟୁକ୍ରେନ ସମସ୍ୟା ମଧ୍ୟରେ ଇଣ୍ଟର୍ନସିପ୍ ଶେଷ ନକରି ବିଦେଶରୁ ଭାରତ ଫେରିଥିବା ଛାତ୍ରଛାତ୍ରୀ ଏବେ ଭାରତରେ ଇଣ୍ଟର୍ନସିପ୍ କରିପାରିବେ ।

ସୂଚନାଯୋଗ୍ୟ, ବିଦେଶରେ ମେଡିକାଲ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ପୂର୍ବରୁ ଟ୍ରେନିଂ ସମେତ ଇଣ୍ଟର୍ନସିପ୍ ମଧ୍ୟ ବାହାରୁ କରିବାକୁ ପଡ଼ୁଥିଲା । କିନ୍ତୁ ସରକାର ଏବେ ଏହାକୁ ବଦଳାଇ ଦେଇଛନ୍ତି । ଫଳରେ ବିଦେଶୀ ମେଡିକାଲ ସ୍ନାତକ ଛାତ୍ର ଭାରତରେ ଇଣ୍ଟର୍ନସିପ୍ କରିପାରିବେ ।