ଢିଙ୍କିଆ ପ୍ରସଙ୍ଗରେ ଆଇନଜୀବୀ କମିଟି ନିକଟରେ ମତ ରଖିବାକୁ ଚାହୁଥିବା ବ୍ୟକ୍ତିଙ୍କୁ ପୁଲିସ ସୁରକ୍ଷାରେ ଅଣାଯିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ହାଇକୋର୍ଟ ଢିଙ୍କିଆ ପ୍ରସଂଗରେ ଶୁଣାଣି କରି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। କୁହାଯାଇଛି ଯେ ପାଞ୍ଚ ଜଣିଆ ଆଇନଜୀବୀ କମିଟି ସମ୍ମୁଖରେ ଯେଉଁ ବ୍ୟକ୍ତି ନିଜର ମତ ରଖିବାକୁ ଚାହୁଁଥିବ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ମାର୍ଚ୍ଚ ୪ ତାରିଖ ରାତି ୮ଟା ସୁଦ୍ଧା ଅତିରିକ୍ତ ସରକାରୀ ଓକିଲଙ୍କୁ ପ୍ରଦାନ କରିବେ।

ଯଦି ଏଭଳି ବ୍ୟକ୍ତିଙ୍କ ନାଁ ଏଜିଏଙ୍କୁ ପ୍ରଦାନ କରାଯାଏ ତେବେ ସେମାନଙ୍କୁ ଆଇନଜୀବୀମାନଙ୍କ ବୈଠକସ୍ଥଳକୁ ପୁଲିସ ନିରାପତ୍ତା  ଭିତରେ ଅଣାଯିବ। ମତାମତ ରଖିବାକୁ ଚାହୁଁଥିବା ଏଭଳି ବ୍ୟକ୍ତିମାନେ କେଉଁ ସ୍ଥାନରେ କେତେବେଳେ ସମବେତ ହେବେ ତାହା ଆଇନଜୀବୀ କମିଟି ନିର୍ଦ୍ଧାରଣ କରିବ। ସଂପୃକ୍ତ ସ୍ଥାନରୁ ପୁଲିସ ନିରାପତ୍ତା ଭିତରେ ଏଭଳି ବ୍ୟକ୍ତିଙ୍କୁ ବୈଠକ ସ୍ଥଳକୁ ଅଣାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁଚନା ଅନୁସାରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପୁଣି ପାଞ୍ଚ ଜଣିଆ ଆଇନଜୀବୀ କମିଟି ଆଜି ଢିଙ୍କିଆ ଗସ୍ତ କରିବା ସହିତ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କରିବାକୁ ଥିବା ବେଳେ କେତେକ ବ୍ୟକ୍ତି ବିରୋଧୀ ପକ୍ଷ ଓ ପୁଲିସ ଭୟରେ ବୈଠକ ସ୍ଥଳକୁ ଆସିବାକୁ ଅସୁରକ୍ଷିତ ମନେ କରୁଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।