ଭାରତୀୟଙ୍କ ସୁରକ୍ଷା ପାଇଁ ୬ ଘଣ୍ଟା ଯୁଦ୍ଧ ରୋକିବ ଋଷ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଭୟାବହ ଯୁଦ୍ଧ ଆଜି ୮ମ ଦିନରେ ପହଂଚିଛି । ଇତିମଧ୍ୟରେ ଖାରକିଭରେ ଫସି ରହିଥିବା ଭାରତୀୟଙ୍କୁ କାଢ଼ିବା ପାଇଁ ଋଷ ୬ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ରୋକିବାକୁ ପ୍ରସ୍ତୁତ ହୋଇଯାଇଛି । ଏହି ସମୟରେ ଖାରକିଭରେ ଫସି ରହିଥିବା ଛାତ୍ରଙ୍କୁ ୟୁକ୍ରେନର ଆଖପାଖ ଦେଶର ସୀମା ପର୍ଯ୍ୟନ୍ତ ନିଆଯିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାତିରେ ଋଷ ରାଷ୍ଟ୍ରପତି ବ୍ଲାଦମୀର ପୁତିନଙ୍କ ସହ କଥା ହୋଇଥିଲେ । ଏହି ସମୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ବାହାର କରିବା ପ୍ରସଙ୍ଗ ମୋଦୀ ଉଠାଇଥିଲେ । ଅନ୍ୟପଟେ ଋଷ ଯଥାସମ୍ଭବ ସହଯୋଗ କରିବା ପାଇଁ ପ୍ରସ୍ତୁତ ବୋଲି ପୁତିନ କହିଥିଲେ ।