ଋଷ ଆକ୍ରମଣ ମଧ୍ୟରେ ଖାରକିଭରେ ୨୧ ମୃତ, ୧୧୨ ଆହତ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଖୁବ୍ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଋଷ ଟାର୍ଗେଟରେ ଏବେ ୟୁକ୍ରେନର ଅନେକ ସହର ରହିଛି । ଋଷୀୟ ଟ୍ୟାଙ୍କ ସହରରେ ପ୍ରବେଶ କରିସାରିଛି । ଇତିମଧ୍ୟରେ ଖାରକିଭ ସହରରେ ଋଷର ଆକ୍ରମଣ ଯୋଗୁ ୨୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୧୨ ଜଣ ଆହତ ହୋଇଥିବା ସାମ୍ନାକୁ ଆସିଛି ।