ୟୁକ୍ରେନରେ ତ୍ରିରଙ୍ଗା ସାଜିଲା ସୁରକ୍ଷା କବଚ

ନୂଆଦିଲ୍ଲୀ: ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ସେଠାରୁ ଭାରତୀୟଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଜୋରଦାର ରହିଛି । ଇତିମଧ୍ୟରେ କେବଳ ଭାରତୀୟ ନୁହେଁ ୟୁକ୍ରେନରେ ଫସି ରହିଥିବା ପାକିସ୍ତାନୀ ଓ ତୁର୍କୀ ନାଗରିକଙ୍କୁ ମଧ୍ୟ ତ୍ରିରଙ୍ଗା ସହାୟୀ ହୋଇଛି । ଏନେଇ ନ୍ୟୁଜ ଏଜେନ୍ସି ଏଏନଆଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ୟୁକ୍ରେନରୁ ରୋମାନିୟାର ବୁଚାରେଷ୍ଟ ସହର ଆସିଥିବା ଭାରତୀୟ ଛାତ୍ର କହିଛନ୍ତି ଯେ, ଅନେକ ଚେକପଏଣ୍ଟସରେ ସୁରକ୍ଷିତ ବାହାରିବା ପାଇଁ ତ୍ରିରଙ୍ଗା କେବଳ ତାଙ୍କର ନୁହେଁ ବରଂ ପାକିସ୍ତାନୀ ଓ ତୁର୍କୀ ଛାତ୍ରଙ୍କୁ ମଧ୍ୟ ସାହାଯ୍ୟ କରିଛି ।
ସୂଚନାଯୋଗ୍ୟ, ଅପରେସନ ଗଙ୍ଗା ଜରିଆରେ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନରୁ ବାହାର କରାଯାଉଛି । ଏହି ଛାତ୍ରଙ୍କ ପାଇଁ ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ର ରୋମାନିୟାରୁ ବିମାନ ଉଡ଼ାଣ ଭରୁଛି । ଏହି କାମରେ ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ସ୍ପାଇସଜେଟ ବିମାନ ବ୍ୟବହାର କରାଯାଇଛି ।