ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୫୩୪୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଯୋଗେ ସୂଚନା ଦିଆଯାଇଛି।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୬ ଜଣ କ୍ୱାରେଣ୍ଟାଇନରୁ ରହିଥିବା ବେଳେ ୫୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୮ ଜଣ ରହିଛନ୍ତି।
ଅନୁଗୁଳରୁ ୮, ବାଲେଶ୍ୱରରୁ ୧୧, ବରଗଡରୁ ୧, ଭଦ୍ରକରୁ ୨, ବଲାଙ୍ଗୀରରୁ ୧, ବୌଦ୍ଧରୁ ୩, କଟକରୁ ୮, ଗଜପତିରୁ ୨୦, ଗଞ୍ଜାମରୁ ୨, ଜଗତସିଂହପୁରରୁ ୧, ଯାଜପୁରରୁ ୪, ଝାରସୁଗୁଡା ୧୦, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୧୩, ଖୋର୍ଦ୍ଧାରୁ ୮, କୋରାପୁଟରୁ ୬, ମୟୂରଭଞ୍ଜରୁ ୭, ନବରଙ୍ଗପୁରରୁ ୪, ନୟାଗଡରୁ ୨, ପୁରୀରୁ ୨, ରାୟଗଡାରୁ ୧, ସମ୍ବଲପୁରରୁ ୧୧, ସୋନପୁରରୁ ୬, ସୁନ୍ଦରଗଡରୁ ୯ ଓ ଷ୍ଟେଟ ପୁଲରୁ ୨ ଜଣ ରହିଛନ୍ତି।
ସୂଚନା ଅନୁସାରେ, ବର୍ତ୍ତମାବ ରାଜ୍ୟରେ ମୋଟ୍ ୧୨୮୫୩୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୨୧୬୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୪୦୪୮ଜଣ ସୁସ୍ଥ ହୋଇଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୨୯୩୫୮୭୪୧ସାମ୍ପୁଲ ଟେଷ୍ଟ୍ ହୋଇଛି।