ରାତି ପାହିଲେ ମହାଶିବରାତ୍ରୀ, ଲିଙ୍ଗରାଜ ମନ୍ଦିରରେ ମୁତୟନ ହେବେ ୨୭ ପ୍ଲାଟୁନ ପୁଲିସ୍ ଫୋର୍ସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାତି ପାହିଲେ ମହାଶିବରାତ୍ରୀ। ଏବେ ଠାରୁ ଚଳଚଞ୍ଚଳ ଶୈବ ପୀଠ। କପିଳାସ ଠାରୁ ବାବା ଆଖଣ୍ଡଳମଣୀ ଓ ଲିଙ୍ଗରାଜଙ୍କ ପର୍ଯ୍ୟନ୍ତ ସବୁଠି ଏବେ ହର ହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ଗଗନ ପବନ।

ପ୍ରତିବର୍ଷ ଭଳି ଏବର୍ଷ ବି ଲିଙ୍ଗରାଜ ମନ୍ଦିରେ ମହାଶିବରାତ୍ରୀ ଉପଲକ୍ଷେ ବାବାଙ୍କ ସ୍ୱତନ୍ତ୍ର ନିତିକାନ୍ତି ହେବାକୁ ଯାଉଛି ଯାହାକୁ ନେଇ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବୈଠକ ଶେଷ ହୋଇଛି।

ନୀତିକାନ୍ତିର ତାଲିକା ମଧ୍ୟ ଚୂଡାନ୍ତ କରାଯାଇଛି। ଆସନ୍ତାକାଲି ଭୋର ୩ ଟାରୁ ୩.୩୦ ପର୍ଯ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବ। ୩.୩୦ ଠାରୁ ୫ ଟା ଯାଏଁ ସେବାୟତ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ। ୫ଟାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ।

ତେବେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି,୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ ବୋଲି ସୂଚନା ରହିଛି।