ରାତି ପାହିଲେ ଜାଗର ଯାତ୍ରା, ବାବା ଆଖଣ୍ଡଳମଣୀଙ୍କ ପୀଠ ପାଇଁ ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଲା ଚୂଡାନ୍ତ ଚିଠା

ଭଦ୍ରକ,ଏନ୍ଏନ୍ଏସ୍: ରାତିପାହିଲେ ଜାଗର ଯାତ୍ରା। ଏନେଇ ବାବା ଆଖଣ୍ଡଳମଣୀଙ୍କ ପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ବାବାଙ୍କ ନୀତିକାନ୍ତି କେତେବେଳେ ହେବ ଓ ମହାଦୀପ କେତେବେଳେ ଉଠିବ ତାହାର ଚୂଡାନ୍ତ ଚିଠା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି।

ମଙ୍ଗଳବାର ଭୋର ୪ଟାରୁ ହେବେ ବାବାଙ୍କ ଆଳତି କରାଯିବ। ୪ଟା ୩୦ ମିନିଟରେ କନିକା ରାଜାଙ୍କର ପହିଲି ଘର୍ଷଣ ଲାଗି ହେବ। ସକାଳ ୫ଟାରେ ପାଳିଆ ସେବାୟତଙ୍କ ପକ୍ଷରୁ ଖେଚୁଡି ଅନ୍ନନୀତି ଭୋଗ ଲାଗି ହେବ। ସକାଳ ୫ଟାରୁ ୧୧ ପର୍ଯ୍ୟନ୍ତ ସର୍ବ ସାଧାରଣ ବାବାଙ୍କ ଦର୍ଶନ କରିପାରିବେ।

ସେହିପରି ସନ୍ଧ୍ୟା ୬ଟାରେ ପ୍ରଥମ ପହର ଘର୍ଷ ଲାଗି, ଜଳାଭିଷେକ, ପଞ୍ଚ ଉପଚାର ପୂଜା କରାଯିବ। ସନ୍ଧ୍ୟା ୮ଟାରେ ଦ୍ୱିତୀୟ ପ୍ରହର ଘର୍ଷଣ ଲାଗି, ଜଳାଭିଷେକ, ମଧୂସ୍ନାନ, ପଞ୍ଚ ଉପଚାର ପୂଜା ନୀତି ସମ୍ପନ୍ନ ହେବ। ଏହାସହିତ ରାତି ୧୦ଟାରେ ତୃତୀୟ ପହର ଘର୍ଷଣ ଲାଗି, ଜଳାଭିଷେକ, ଦୁଗ୍ଧସ୍ନାନ, ପଞ୍ଚ ଉପତାର ରୀତି ହେବ। ସେହିପରି ରାତି ୧୧ଟାରେ ବାବାଙ୍କ ଚତୁର୍ଥ ପ୍ରହର ପୂଜା ପରେ ୧୦୮ କଳସ ଜଳଲାଗି ହେବ।

ରାତି ୧୨ଟାରେ ସୁନାବେଶ, ଗୋଟାଏ ୩୦ରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ରାତି ୨ଟାରେ ମହାଦୀପ ପ୍ରସ୍ତୁତି ହେବ। ରାତି ୩ଟା ୧୫ ମିନିଟରେ ମହାଦୀପ ଷୋଡଶ ଉପଚାରରେ ପୂଜା ପ୍ରତିଷ୍ଠା ଆରମ୍ଭ ହେବ ଭୋର ୪ଟାରେ ମହାଦୀପ ବେଢା ପରିକ୍ରମା କରିବ। ୪ଟା ୩୦ରୁ ୫ ଟା ଭିତପେ ମହାଦୀପ ମନ୍ଦିର ଚୂଡାରେ ସ୍ଥାପନ ହେବ।