ଋଷିଆର ନ୍ୟୁକ୍ଲିୟର ସ୍କାର୍ଡ ଆରମ୍ଭ କଲା ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧୀ ଲଢ଼େଇରେ ଋଷ ଆକ୍ରମଣାତ୍ମକ ହେବାରେ ଲାଗିଛି । ଋଷ ପରମାଣୁ ବୋମାର ବ୍ୟବହାର କରିବାକୁ ଯାଉଛି । ସେଥିପାଇଁ ନ୍ୟୁକ୍ଲିୟର ସ୍କାର୍ଡ ଯୁଦ୍ଧାଭ୍ୟାସ ଆରମ୍ଭ କରିଦେଇଛି । ଏନେଇ ଋଷ ମିଡିଆ ସୂଚନା ପ୍ରଦାନ କରିଛି । ଋଷର ପ୍ରତିରକ୍ଷା ମନ୍ତ୍ରୀ ରାଷ୍ଟ୍ରପତି ବ୍ଲାଦମିର ପୁତିନଙ୍କୁ ମଧ୍ୟ ଏସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ଫେବୃଆରୀ ୨୪ରୁ ଋଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଆଜି ୫ମ ଦିନରେ ପହଂଚିଛି । ଇତିମଧ୍ୟରେ ବେଲାଋଷ ବୋର୍ଡରରେ ଋଷ ଓ ୟୁକ୍ରେନ ମଧ୍ୟରେ ଆଲୋଚନା ଜାରି ରହିଛି । ଆଲୋଚନା ପୂର୍ବରୁ ସୀଜଫାୟର ଘୋଷଣା କରିବାକୁ ନେଇ ଋଷିଆକୁ ୟୁକ୍ରେନ ରାଷ୍ଟ୍ରପତି ବ୍ଲୋଦୀମିର ଜେଲୋନସ୍କୀ ଦାବି କରିଥିଲେ ।