ଭବାନୀପାଟଣା,ଏନ୍ଏନ୍ଏସ୍: ମାଓବାଦୀଙ୍କ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ପରିବାରକୁ ମିଳିଲା ସହାୟତା। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ପ୍ରଦାନ କରାଯାଇଛି। କଳାହାଣ୍ତି ଏସପି ୧୩ ଲକ୍ଷ ଟଙ୍କାର ସହାୟତା ରାଶି ତାଙ୍କ ପରିବାରକୁ ପ୍ରଦାନ କରିଛନ୍ତି।
ଗତ ଫେବ୍ରୁଆରୀ ୫ରେ ଜିଲ୍ଲାର ମଦନପୁର ରାମପୁର ଥାନା ଅନ୍ତର୍ଗତ ଦୁଲେନ କରଲାଖୁଣ୍ଟା ବ୍ରିଜ୍ ନିକଟରେ ମାଓବାଦୀଙ୍କ ପୋଷ୍ଟର ଲାଗିଥିବା ଖବର ପାଇ ଘଟଣାସ୍ଥଳକୁ ଖବର ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକ ରୋହିତ ବିଶ୍ୱାଳ। ହେଲେ ସେଠାରେ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ସେ ଆଖି ବୁଜିଥିଲେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ। ଆଜି(ରବିବାର) କଳାହାଣ୍ଡି ଏସପି ଶ୍ରବଣ ବିବେକ ମୃତ ସାମ୍ବାଦିକ ଘରକୁ ଯାଇ ତାଙ୍କ ସହାୟତା ରାଶି ଚେକ ମାଧ୍ୟମରେ ପ୍ରଦାନ କରିଛନ୍ତି।