କୋଟିଆ,ଏନ୍ଏନ୍ଏସ୍: ସରିଲା ପଞ୍ଚାୟତ ନିର୍ବାଚନ ଏବେ ନିର୍ବାଚନୀ ଫଳାଫଳକୁ ନେଇ ରାଜ୍ୟ ରାଜନୀତି ଉଷ୍ମ। ଏହାରି ମଧ୍ୟରେ ଏଥର ପଞ୍ଚାୟତ ନିର୍ବାଚନରେ ସବୁଠାରୁ ଅଧିକ ଫୋକସ କୋଟିଆ ଉପରେ ରହିଥିବା ବେଳେ ଏଠାରେ ୩ ପ୍ରମୁଖ ଦଳଙ୍କୁ ଲାଗିଛି ବଡ଼ ଝଟକା।
କୋଟିଆରେ କାମ ଦେଲାନି ସର୍ବଦଳୀୟ ପ୍ରାର୍ଥୀ ରଣନୀତି, ବଡ଼ ବ୍ୟବଧାନରେ ବାଜି ମାରିଲେ ଟିକାଇ ଗେମେଲ। ବିଜେଡ଼ି, ବିଜେପି ଓ କଂଗ୍ରେସ ଏଥର ନିର୍ବାଚନରେ ସର୍ବଦଳୀୟ ପ୍ରାର୍ଥୀ କରି ମମତା ଜାନିଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ କରି ଛିଡା କରିଥିବା ବେଳେ ଲୋକଙ୍କ ବିଶ୍ୱାସ ଜିଣିବାରେ ସଫଳ ହେଲେଣି ମମତା।
ଓଡ଼ିଶା ଆନ୍ଧ୍ର ସୀମା ବିବାଦ ମଧ୍ୟରେ ସର୍ବଦଳୀୟ ପ୍ରାର୍ଥୀ ରଣନୀତି ପଡୋଶୀ ରାଜ୍ୟକୁ କଡା ସନ୍ଦେଓ ଦେବ ଏବଂ କୋଟିଆ ବାସୀଙ୍କ ଉନ୍ନତି ପାଇଁ ସବୁ ରାଜନୈତିକ ଦଳ ପ୍ରତିଶୃତି ବଦ୍ଧ ବୋଲି ଲୋକଙ୍କ ବିଶ୍ୱାସ ବଢିବ ମାତ୍ର ଏବେ ସବୁ ଫେଲ୍ ମାରିଛି। କୋଟିଆ ବାସୀ ଏଠାରୁ ଲଢୁଥିବା ସ୍ୱାଧୀନ ପ୍ରାର୍ଥ ଟିକାଇ ଗେମେଲଙ୍କ ଉପରେ ଅଧିକ ବିଶ୍ୱାସ ଦେଖାଇଛନ୍ତି ଯାହା ଫଲରେ ଟିକାଇ ଏକ ବଡ଼ ବ୍ୟବଧାନରେ ବାଜି ମାରିନେଇଛନ୍ତି।
ସୂଚନା ଅନୂସାରେ ପଟାଙ୍ଗୀ ଜିଲ୍ଲା ପରିଷଦ ଜୋନ୍-୧ରେ ମୋଟ ୨୨,୩୧୮ ଭୋଟରଙ୍କ ମଧ୍ୟରୁ ୧୮,୦୬୦ ଜଣ ମତ ସାବ୍ୟସ୍ତ କରିଥିଲେ। ସେମାନଙ୍କ ମଧ୍ୟରୁ ୧୦,୩୫୪ ଖଣ୍ଡ ଭୋଟ ଟିକାଇ ଗେମେଲଙ୍କ ସପକ୍ଷରେ ପଡ଼ିଥିଲା। ସେହିପରି ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ସପକ୍ଷରେ ୬,୬୪୪ ଖଣ୍ଡ ଭୋଟ୍ ପଡ଼ିଥିଲା। ସର୍ବଦଳୀୟ ପ୍ରାର୍ଥୀଙ୍କୁ ଟିକାଇ ଗେମେଲ ୩,୭୧୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।