ନୂଆଦିଲ୍ଲୀ,ଏଜେନ୍ସି: ରାଜଧାନୀ ନୂଆଦିଲ୍ଲୀରେ ଏସ୍ଡିଏମ୍ସି ଏଜୁକେଶନ ବିଭାଗର ଅଧିକାରୀମାନେ ଶନିବାର ସ୍ପଷ୍ଟ କରିଦେଇଛନ୍ତି ଯେ, ସ୍କୁଲଗୁଡ଼ିକରେ ଧାର୍ମିକ ପୋଶାକ ଉପରେ କଟକଣା ଲଗାଇବାକୁ କୌଣସି ଆଦେଶ ଜାରି କରାଯାଇ ନାହିଁ। ଏହି ବୟାନ ଏସ୍ଡିଏମ୍ସି ଏଜୁକେଶନ ପ୍ୟାନେଲର ଚେୟାରପର୍ସନଙ୍କ ଠାରୁ ସେହି ଆଦେଶ ପରେ ଆସିଛି, ଯେତେବେଳେ ଅଧିକାରୀମାନଙ୍କୁ ଏହା ସୁନିଶ୍ଚିତ କରିବା ପାଇଁ କୁହାଯାଇଥିଲା ଯେ, ଛାତ୍ରଛାତ୍ରୀ ଧାର୍ମିକ ପୋଶାକରେ ସ୍କୁଲ ଆସିବେ ନାହିଁ।
ଏସଡିଏମ୍ସିର ଜଣେ ଅଧିକାରୀ ନିଜ ନାମ ଗୋପାନ ରଖି କହିଛନ୍ତି ଯେ, ଶିକ୍ଷା ବିଭାଗ ସେହିଭଳି କିଛି ଆଦେଶ ଜାରି କରିନାହିଁ। ଅଧିକାରୀ ଜଣକ କହିଛନ୍ତି ଯେ, ପତ୍ର ବ୍ୟକ୍ତିଗତ ଥିଲା ଏବଂ ଏହା ବିଭାଗ ତରଫରୁ ଜାରି କରାଯାଇ ନଥିଲା। ଗଣମାଧ୍ୟମକୁ ସେ କହିଛନ୍ତି ଧାର୍ମିକ ପୋଶାକ ପିନ୍ଧିବା ନେଇ କୌଣସି ଆଦେଶ ଜାରି କରାଯାଇ ନାହିଁ। ଏସ୍ଡିଏମ୍ସି ଏଜୁକେଶନ ପ୍ୟାନେଲର ଚେୟାରପର୍ସନ ନିକିତା ଶର୍ମା ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ସୁନିଶ୍ଚିତ କରିବାକୁ କହିଥିଲେ ଯେ, କୌଣସି ଛାତ୍ରଛାତ୍ରୀ ଧାର୍ମିକ ପୋଶାକ ପିନ୍ଧି ଆସନ୍ତୁ ନାହିଁ।