ନୂଆଦିଲ୍ଲୀ: ୟୁକ୍ରେନରୁ ସୁରକ୍ଷିତ ବାହାରିବାର ସଂଘର୍ଷ ମଧ୍ୟରେ ଭାରତୀୟ ଛାତ୍ରଙ୍କ ଏକ ଦଳ ଚାଲି ଚାଲି ୟୁକ୍ରେନ-ପୋଲାଣ୍ଡ ବୋର୍ଡର ଆଡ଼କୁ ଅଗ୍ରସର ହେଉଛନ୍ତି । ଲୀବର ଡେନଲୀ ହେଲିତସ୍କୀ ମେଡିକାଲ ୟୁନିଭର୍ସିଟିର ପାଖାପାଖି ୪୦ ମେଡିକାଲ ଛାତ୍ର ଚାଲି ଚାଲି ବୋର୍ଡର ଆଡ଼କୁ ଯାଉଥିବା ଖବର ସାମ୍ନାକୁ ଆସିଛି । କଲେଜ ବସ୍ ଉକ୍ତ ଛାତ୍ରଙ୍କୁ ବୋର୍ଡରରୁ ପାଖାପାଖି ୮ କିମି ପୂର୍ବରୁ ଛାଡ଼ି ଦେଇଥିଲା । ସେଥିପାଇଁ ଛାତ୍ରମାନେ ବୋର୍ଡର ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ବାଧ୍ୟ ହୋଇଥିଲେ ।
ସୂଚନାଯୋଗ୍ୟ, ୟୁକ୍ରେନ-ରୋମାନିୟା ବୋର୍ଡର ଯିବା ସମୟରେ ଛାତ୍ରଙ୍କ ମୁହଁରେ ଖୁସିର ଝଲକ ଦେଖିବାକୁ ମିଳିଥିଲା । ସମସ୍ତ ଯଥାଶୀଘ୍ର ଭାରତ ଆସିବାକୁ ଚେଷ୍ଟା ଜାରି ରଖିଛନ୍ତି ।