ୟୁକ୍ରେନ ସହ ସଂଘର୍ଷ ମଧ୍ୟରେ ଋଷ ବଢ଼ାଇଲା କ୍ଷମତା

ନୂଆଦିଲ୍ଲୀ: ୟୁକ୍ରେନ ସହ ଜାରି ରହିଥିବା ବିବାଦ ମଧ୍ୟରେ ବାଲିଷ୍ଟିକ କ୍ରୁଜ ମିସାଇଲ ଲଞ୍ଚ କରିଛି । ଋଷୀୟ ସମାଚାର ଏଜେନ୍ସି ଆରଆଇଏ ନୋବୋସ୍ତୀ ଏବଂ ଇଣ୍ଟରଫେକ୍ସ କ୍ରେମଲିନ ପ୍ରବକ୍ତା ଦିମିତ୍ରୀ ପେସକାବ ଏହି ସୂଚନା ପ୍ରଦାନ କରିଛନ୍ତି । ପୁତିନ ଓ ବେଲାରୁସୀ ନେତା ଅଲେକଜେଣ୍ଡର ଲୁକାଶୋଁକୋ କ୍ରେମଲିନର କଣ୍ଟ୍ରୋଲ ରୁମରୁ ଏହି ମିସାଇଲର ଅଭ୍ୟାସ ଦେଖୁଛନ୍ତି । ଏହି ହାଇପରସୋନିକ ବାଲିଷ୍ଟିକ କ୍ରୁଜ ମିସାଇଲ ପରମାଣୁ କ୍ଷମତାରେ ଆଚ୍ଛାଦିତ ଥିବା ଜଣାପଡ଼ିଛି।

ଚୀଫ ଅଫ୍ ଜେନେରାଲ ଷ୍ଟାଫର ମୁଖ୍ୟ ବାଲେରୀ ଗେରାସିମୋବ କହିଛନ୍ତି ଯେ,ଶତ୍ରୁ ବିରୋଧରେ ଆମ ପ୍ରଦର୍ଶନକୁ ସର୍ବଶ୍ରେଷ୍ଠ ରଖିବା ହେଉଛି ଏହି ଅଭ୍ୟାସ ପଛର ଉଦ୍ଦେଶ୍ୟ ।