ଆଜି ବାୟୋ-ସିଏନ୍‌ଜି ପ୍ଲାଣ୍ଟର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଇନ୍ଦୋରରେ ବାୟୋ-ସିଏନ୍‌ଜି ପ୍ଲାଣ୍ଟର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭିଡିଓ କନଫରେନ୍ସିଂ ଯୋଗେ ଦିନ ୧ଟା ସମୟରେ ଏହି କାର୍ଯ୍ୟକ୍ରମ ରହିଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ଦେଶର ପ୍ରତିଟି ସହରକୁ ଅଳିଆ ମୁକ୍ତ ସହର ସୃଷ୍ଟି କରିବା ପାଇଁ ଆରମ୍ଭ କରିଛନ୍ତି ସ୍ବଚ୍ଛ ଭାରତ ମିଶନ ସହରୀ ୨.୦। ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଦେଶରେ ଦ୍ରୁତ ସହରୀକରଣର ଆହ୍ଵାନକୁ ସଫଳତାର ସହ ମୁକାବିଲା କରିବା ଦିଗରେ ଏକ ପଦକ୍ଷେପ। ସମ୍ବଳର ପୁନରୁଦ୍ଧାରକୁ ବୃଦ୍ଧି କରିବା ପାଇଁ ସମ୍ପତ୍ତିକୁ ଅପଚୟ ଏବଂ ବୃତ୍ତାକାର ଅର୍ଥନୀତିର ନୀତି ଅନୁଯାୟୀ ଏହି ମିଶନ୍ କାର୍ଯ୍ୟକାରୀ ହେଉଛି। ଉଭୟ ଇନ୍ଦୋର ବାୟୋ-ସିଏନଜି ପ୍ଲାଣ୍ଟରେ ଉଦାହରଣ।

ଏହି ପ୍ଲାଣ୍ଟ ପ୍ରତିଦିନ ୫୫୦ ଟନ ଓଦା ବର୍ଜବସ୍ତୁକୁ ପୁନଃରୁଦ୍ଧାର କରିବ। ଦୈନିକ ପ୍ରାୟ ୧୭ହଜାର କିଲୋଗ୍ରାମ ସିଏନଜି ଓ ୧୦୦ଟନଜୈବିକ ଖତ ଉତ୍ପାଦନ କରିବ। ଏହି ପ୍ଲାଣ୍ଟ ଜିରୋ ନ୍ୟାଣ୍ଡଫିଲ ମଡେଲ ଉପରେ ଆଧାରିତ, ଯେଉଁଥିରେ କୌଣସି ନଷ୍ଟ ହେବେ ନାହିଁ । ଏହି ପ୍ରକଳ୍ପରେ ପରିବେଶ ସ୍ବଚ୍ଛ ରହିବା ସହ ଏନେକ ଲାଭ ମିଳିବ ବୋଲି ଆଶା କରାଯାଉଛି । ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନରେ ହ୍ରାସ, ସାର ଭାବରେ ଜୈବିକ କମ୍ପୋଷ୍ଟ ସହିତ ଏହା ସବୁଜ ଶକ୍ତି ଯୋଗାଇ।