ପୁରୀ,ଏନ୍ଏନ୍ଏସ୍: ପୁରୀ ଶ୍ରୀମନ୍ଦିର ପାଇଁ କଟକଣା କୋହଳ କରାଯାଇଛି । ଫଳରେ ଫେବୃଆରୀ ୨୧ରୁ ସାଧାରଣ ଦର୍ଶନାର୍ଥୀ ବିନା ଟିକା ସାର୍ଟିଫିକେଟରେ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ । ଅଧିକାଂଶ ଲୋକ ଡବଲ ଡୋଜ୍ ଭ୍ୟାକ୍ସିନ ନେଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି ।