ହାଇକୋର୍ଟରୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା, ପରବର୍ତ୍ତୀ ଶୁଣାଣୀ ପାଇଁ ତାରିଖ ଧାର୍ଯ୍ୟ

କଟକ,ଏନ୍ଏନ୍ଏସ୍: ଦୁଇ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଆଜି ହାଇକୋର୍ଟରୁ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଇଛି।

ଅଭିଯୋଗର ସତ୍ୟାସତ୍ୟ ନେଇ ପରବର୍ତ୍ତୀ ଶୁଣାଣୀ କରିବା ପାଇଁ ମଧ୍ୟ ତାରିଖ ଧାର୍ଯ୍ୟ କରାଯାଇଛି। ଆସନ୍ତା ମାର୍ଚ୍ଚ ୮ରେ ଏହି ମାମଲାର ଶୁଣାଣୀ ହେବାକୁ ଯାଉଛି।

ଏହା ପୂର୍ବରୁ ମାର୍ଚ୍ଚ ୪ରେ ମାମଲାର ତଦନ୍ତ ଅଧିକାରୀଙ୍କ ନିକଟରେ କେନ୍ଦ୍ରମନ୍ତ୍ରୀ ହାଜିର ହୋଇ ତଦନ୍ତରେ ସାହାର୍ଯ୍ୟ କରିବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି।