ନୂଆଦିଲ୍ଲୀ,ଏଜେନ୍ସି: ଅରୁଣାଞ୍ଚଳ ପ୍ରଦେଶରେ ପାଟ୍ରୋଲିଂ ବେଳେ ଭାରତୀୟ ସେନାର ୭ ଜଣ ଯବାନ ନିଖୋଜ ରହିଥିବା ସୂଚନା ମିଳିଛି। କମେଙ୍ଗ ସେକ୍ଟରରେ ସେନାର ପାଟ୍ରୋଲିଂ ବେଳେ ଏପରି ଘଟଣା ସାମ୍ନାକୁ ଆସିଛି। ତେବେ ଗତକାଲି (ରବିବାର) ଠାରୁ ଯବାନମାନଙ୍କ ସହ ଯୋଗାଯୋଗ ହୋଇପାରି ନଥିବା ବେଳେ ପ୍ରତିକୂଳ ପାଗ ଯୋଗୁଁ ସେମାନେ ଉଚ୍ଚ ସ୍ଥାନରେ ଫସିରହିଥିବା ସନ୍ଦେହ କରାଯାଉଛି।
ପଶ୍ଚିମ ଅରୁଣାଞ୍ଚଳ ପ୍ରଦେଶର ଉକ୍ତ ସ୍ଥାନରେ ବର୍ତ୍ତମାନ ଅତ୍ୟନ୍ତ ପ୍ରତିକୂଳ ପାଗ ଲାଗି ରହିଛି। ପ୍ରବଳ ତୁଷାରପାତ ଓ ହିମସ୍ଖଳନ ଯୋଗୁଁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ସେମାନଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଥିବା ମଧ୍ୟ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଭାରତୀୟ ସ୍ଥଳସେନାର ପୂର୍ବ କମାଣ୍ଡ ଦ୍ବାରା ୧,୩୪୬ କିମି ବିଶିଷ୍ଟ ଆନ୍ତର୍ଜାତୀୟ ସୀମାର ତଥା ପ୍ରକୃତ ନିୟନ୍ତ୍ରଣ ରେଖା ସୁରକ୍ଷା ଦାୟିତ୍ବ ରହିଛି। ଏହି ସୀମାର ପରିଧି ସିକିମ ଓ ଉତ୍ତରାଖଣ୍ଡ ଦୁଇ ରାଜ୍ୟରେ ରହିଛି। ଏହି କମାଣ୍ଡର ମୋଟ ୩ ସେକ୍ଟର ସିିକିମି, ଅରୁଣାଞ୍ଚଶ ପ୍ରଦେଶ ଓ କାମେଙ୍ଗ ସେକ୍ଟରରେ ନିୟୋଜିତ ହୋଇଛି ଭାରତୀୟ ସେନା।