ଲୌରିୟସ୍ ୱାର୍ଲ୍ଡ ସ୍ପୋର୍ଟ୍ସ ଆୱାର୍ଡ: ନୀରଜ ଚୋପ୍ରାଙ୍କ ସମେତ ବିଶ୍ବର ୬ ଖେଳାଳି ମନୋନୀତ

ନୂଆଦିଲ୍ଲୀ,ଏଜେନ୍ସି: ସମ୍ମାନଜନକ କ୍ରୀଡା ସମ୍ମାନ ଲୌରିୟସ୍ ୱାର୍ଲ୍ଡ ସ୍ପୋର୍ଟ୍ସ ଆୱାର୍ଡ ପାଇଁ ନୀରଜ ଚୋପ୍ରା ମନୋନୀତ। ବିଶ୍ବର ବଛା ବଛା ୬ ଜଣ ନୋମିନେଟ ଖେଳାଳିଙ୍କ ମଧ୍ୟରୁ ଚୋପ୍ରା ଅନ୍ୟତମ।

୧୩ ଶହରୁ ଅଧିକ ଅଗ୍ରଣୀ କ୍ରୀଡା ସାମ୍ବାଦିକ ଏବଂ ପ୍ରସାରଣକାରୀଙ୍କ ଏକ ପ୍ୟାନେଲ୍ ଚଳିତ ବର୍ଷର ଲୌରିୟସ୍ ୱାର୍ଲ୍ଡ କ୍ରୀଡା ପୁରସ୍କାର ପାଇଁ ପ୍ରତ୍ୟେକ ୭ଟି ବର୍ଗରେ ମନୋନୀତ ବ୍ୟକ୍ତିଙ୍କୁ ଚୟନ କରିଛି। ସର୍ବଶ୍ରେଷ୍ଠ କ୍ରୀଡ଼ା କିମ୍ବଦନ୍ତୀ ମଧ୍ୟରୁ ୭୧ ଜଣଙ୍କୁ ନେଇ ଗଠିତ ଲୌରିୟସ୍ ୱାର୍ଲ୍ଡ ସ୍ପୋର୍ଟସ୍ ଏକାଡେମୀ, ବିଶ୍ବର ଶ୍ରେଷ୍ଠ କ୍ରୀଡ଼ା ଖଣ୍ଡପୀଠ ଦ୍ୱାରା ଏକ ଭୋଟ୍ ପରେ ଆସନ୍ତା ଏପ୍ରିଲ ମାସରେ ବିଜେତାଙ୍କ ନାମ ଘୋଷଣା ହେବ।

ତେବେ ଟୋକିଓ ଅଲିମ୍ପିକ୍ସ-୨୦୨୧ ରେ ସ୍ବର୍ଣ୍ଣ ବିଜେତା ନୀରୋଜ ଚୋପ୍ରା ଭାରତର ଦ୍ବିତୀୟ ଖେଳାଳି ଭାବେ ଏହି ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି। ତାଙ୍କ ପୂର୍ବରୁ ଏୟାର ରାଇଫଲ ଅଭିନବ ବିନ୍ଦ୍ରା ୨୦୦୮ରେ ଲୌରିୟସ୍ ୱାର୍ଲ୍ଡ କ୍ରୀଡା ସମ୍ମାନ ପାଇଁ ମନୋନୀତ ହୋଇଥିଲେ। ତେବେ ୨୩ ବର୍ଷ ବୟସରେ ନିରୋଜ ଜାଭଲିନରେ ସ୍ବର୍ଣ୍ଣ ପଦକ ଜିତି ଭାରତ ପାଇଁ ସମ୍ମାନ ଆଣିଥିଲେ। ଟୋକିଓରେ ଡେବ୍ୟୁ ସହ ୮୭.୫୮ ମିଟର ଜାଭଲିନ ଫିଙ୍ଗି ରେକର୍ଡ ସୃଷ୍ଟି କରିଥିଲେ।

ନୀରୋଜଙ୍କ ସମେତ ଏହି ସମ୍ମାନ ପାଇଁ ବ୍ରିଟେନର ଏମା ରାଡୁକାନୁ, ଯିଏ କି ୧୮ବର୍ଷ ବୟସରେ ୟୁଏସ୍ ଓପନ୍ ଜିତିବା ପରେ ଏକ ବିଶ୍ୱସ୍ତରୀୟ ଟେନିସ୍ ସେନ୍ସେସ୍ ବନିଥିଲେ। ସେହିପରି ଟେନିସରେ ଋଷିଆର ଡାନିଏଲ ମେଡୱାଡ(୧୯), ସ୍ପେନର ଫୁଟବଲ ଖେଳାଳି ପେଡ୍ରି, ସ୍ବିମିଂ କ୍ଷେତ୍ରରେ ଅଷ୍ଟ୍ରେଲିଆର ଏରିଆନେ ଟିଟମସ୍ ଏବଂ ଭେନୁଜୁଏଲା ଆଥଲେଟିକ୍ସ ୟୁଲିମାର ରୋଜାସ୍ ମନୋନିତ ହୋଇଛନ୍ତି।