ବାଲୁକା କଳାରେ ଦିବଂଗତ ସାମ୍ବାଦିକ କମଳ ଖାନଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ,ଏନ୍ଏନ୍ଏସ୍: ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ବାଲୁକା କଳା ମାଧ୍ୟମରେ ଦିବଂଗତ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ବାଲିରେ ବୁମ୍ ଓ କମଲଙ୍କ ଏକ ଚିତ୍ର ଅଙ୍କନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସୁଦର୍ଶନ। ଫଟୋ ସେୟାର କରି ସୁଦର୍ଶନ ପଟ୍ଟନାୟକ ଲେଖିଛନ୍ତି, ‘ଏପରି ଜଣେ ଭେଟେରାନ, ଦୃଷ୍ଟାନ୍ତମୂଳକ ଏବଂ ମହାନ ବ୍ୟକ୍ତିଙ୍କ ଦେହାନ୍ତ ଖବର ମୋତେ ଚକିତ କଲା। ଦିବଂଗତ ଆତ୍ମାର ସଦଗତି କାମନା କରୁଛି।’

ସୂଚନା ଅନୁଯାୟୀ, ଜାତୀୟ ଗଣମାଧ୍ୟମ ସାମ୍ବାଦିକ କମଲ ଖାନଙ୍କ ଆଜି (ଶୁକ୍ରବାର) ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ରାଜନୈତିକ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଉପସ୍ଥାପନା ଥିଲା ବେଶ ଉଚ୍ଚକୋଟୀର। ଖବରକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ତାଙ୍କର ପ୍ରୟାସ ଥିଲା ବେଶ ଚମତ୍କାର।