ମାଲକାନଗିରିରେ ଘୂର୍ଣ୍ଣିଝଡ଼ ତାଣ୍ଡବ

ମାଲକାନଗିରି,ଏନ୍ଏନ୍ଏସ୍: ଜିଲ୍ଲାର ସଦର ମହକୁମାରେ ପ୍ରବଳ ବର୍ଷା ସାଙ୍ଗକୁ ଘୂଣ୍ଣିଝଡର ତାଣ୍ଡବ ଦେଖିବାକୁ ମିଳିଛି। ଏହି ଘୂଣ୍ଣିଝଡ ପ୍ରବାହରେ ଅନେକ ଗଛ ଉପୁଡି ଯିବା ସହ ବିଦ୍ୟୁତ ଖୁଣ୍ଟ ଓ ତାର ଆଦି ଉପୁଡି ପଡିଛି। ପୂର୍ବରୁ ପାଣିପାଗ ବିଭାଗ ମାଲକାନଗିରି ଜିଲ୍ଲାରେ ବୃଷ୍ଟିପାତ ହେବାର ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା। ବୁଧବାର ରାତି ୮ଟା ସମୟରେ ବଜ୍ରପାତ ସହ କଳାହାଣ୍ଡିଆ ମେଘ ଆକାଶରେ ଘୋଟି ଆସିଥିଲା। ହଠାତ ମୂଷଳ ଧାରାରେ ବର୍ଷା ସହ ପବନର ବେଗ ମଧ୍ୟ ବଢିଥିଲା।

ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡିବା ଫଳରେ ବିଦ୍ୟୁତ ସଂଯୋଗ ବନ୍ଦ ହୋଇ ଯାଇଥିଲା। ସାରା ରାତି ଅନ୍ଧକାରରେ ମାଲକାନଗିରି ସହର ରହିଥିଲା। କୁମୁଟିଗୁଡା, ୧୧୯ କଲୋନୀ, ଡିଏନକେ ସର୍କିଟ ହାଉସ, ଜେଲ୍ ପରିସର , ପିଏଚଡି ରାସ୍ତା , ପିଡବ୍ଲ୍ୟୁଡି କଲୋନୀ ଠାରେ ବୃକ୍ଷ ଉପୁଡି ପଡିଥିବା ଜଣାପଡିଛି। ଘୂର୍ଣ୍ଣି ଝଡ଼ ଯୋଗୁଁ ପଥପ୍ରାନ୍ତ ଆବର୍ଜନାରେ ପରିପୂର୍ଣ୍ଣ ହୋଇଯାଇଛି। ସାରା ରାତି ଅନ୍ଧକାରରେ ମାଲକାନଗିରି ସହର ରହିଥିଲା। କୁମୁଟିଗୁଡା, ୧୧୯ କଲୋନୀ , ଡିଏନକେ ସର୍କିଟ ହାଉସ , ଜେଲ୍ ପରିସର , ପିଏଚଡି ରାସ୍ତା, ପିଡବ୍ଲ୍ୟୁଡି କଲୋନୀରେ ଗଛ ଉପୁଡି ପଡିଥିଲା। ଫଳରେ ଗମନାଗମନରେ ସମସ୍ୟା ଉପୁଜିଥିଲା।