ରାଜ୍ୟରେ ପୁଣି ସୁସ୍ଥ ହେଲେ ୯୯

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୧୯୯୩କୁ ବୃଦ୍ଧି ପାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଜାରି ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ୯୯ ଜଣଙ୍କ ମଧ୍ୟରୁ ଯାଜପୁରରୁ ସର୍ବାଧିକ ୧୬, ଖୋର୍ଦ୍ଧାରୁ ୧୪, କେନ୍ଦ୍ରାପଡ଼ାରୁ ୧୧, ଗଞ୍ଜାମରୁ ୯, ଦେଓଗଡ଼ରୁ ୮, କଟକ ଓ ଜଗତସିଂହପୁରରୁ ୭, ଏବଂ ବଲାଙ୍ଗିର, ବାଲେଶ୍ୱର ଓ ବରଗଡ଼ରୁ ୬ ଜଣ ରହିଛନ୍ତି। ସେହିପରି କେଉଁଝରରୁ ୪, ନୟାଗଡ଼ରୁ ୩ ଏବଂ କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୯୪୪ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୯୯୩ ଜଣ ସୁସ୍ଥ ହୋଇଛନ୍ତି। ଆଉ ୯୯୦ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୯ ଜଣଙ୍କର ମୃତ୍ୟୁ ଘଟିଛି।