ରାଜ୍ୟରେ ପୁଣି ୯୮୮୯ କୋଭିଡ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପ୍ରତିଦିନ କରୋନା ଭୂତାଣୁ ଭୟ ବଢ଼ୁଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ପୁଣି ରାଜ୍ୟର ୩୦ଟି ଜିଲ୍ଲାରୁ ୯୮୮୯ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ମଧ୍ୟରେ ୫୬୧୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଓ ୪୨୭୮ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୁଳରୁ ୪୪୩, ବାଲେଶ୍ୱରରୁ ୧୫୧, ବରଗଡ଼ରୁ ୪୮୩, ଭଦ୍ରକରୁ ୫୨, ବଲାଙ୍ଗିରରୁ ୩୨୬, ବୌଦ୍ଧରୁ ୧୨୯, କଟକରୁ ୭୯୦, ଦେବଗଡ଼ରୁ ୭୫, ଢ଼େଙ୍କାନାଳରୁ ୯୦, ଗଜପତିରୁ ୧୧୭, ଗଞ୍ଜାମରୁ ୩୧୦, ଜଗତସିଂହପୁରରୁ ୧୫୬, ଯାଜପୁରରୁ ୨୮୨, ଝାରସୁଗୁଡ଼ାରୁ ୩୮୬, କଳାହାଣ୍ଡିରୁ ୪୧୪, କନ୍ଧମାଳରୁ ୫୨, କେନ୍ଦ୍ରାପଡ଼ାରୁ ୧୩୩, କେନ୍ଦୁଝରରୁ ୧୯୫, କୋରାପୁଟରୁ ୯୪, ମାଲକାନଗିରିରୁ ୮୬, ମୟୂରଭଞ୍ଜରୁ ୨୪୩, ନବରଙ୍ଗପୁରରୁ ୪୧୪, ନୟାଗଡ଼ରୁ ୨୨୩, ନୂଆପଡ଼ାରୁ ୩୩୫, ପୁରୀରୁ ୪୩୬, ରାୟଗଡ଼ାରୁ ୧୨୯, ସମ୍ବଲପୁରରୁ ୪୭୦, ସୋନପୁରରୁ ୧୫୮, ସୁନ୍ଦରଗଡ଼ରୁ ୧୧୩୭ ଓ ଷ୍ଟେଟପୁଲରୁ ୨୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୮୯ ହଜାର ୬୪୧ରେ ପହଞ୍ଚିଛି। ସେଥିରୁ ୪ ଲକ୍ଷ ୧୦ ହଜାର ୨୨୭ ଜଣ ସୁସ୍ଥ ହୋଇଛନ୍ତି ଓ ୭୭ ହଜାର ୨୫୭ ଜଣ ଚିକିତ୍ସାଧୀନ ଅଛନ୍ତି।