ରାଜ୍ୟରେ ସୁସ୍ଥ ହେଲେ ଆଉ ୯,୭୦୬ କରୋନା ରୋଗୀ: ଖୋର୍ଦ୍ଧାରୁ ସର୍ବାଧିକ ୧୭୮୭

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୯,୭୦୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୪ଲକ୍ଷ ୫୭ହଜାର ୫୬୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୭୮୭, ସୁନ୍ଦରଗଡ଼ରୁ ୧୧୦୦, କଟକରୁ ୮୨୩, ବରଗଡ଼ରୁ ୫୦୬, ସମ୍ବଲପୁରରୁ ୪୨୫, ନବରଙ୍ଗପୁରରୁ ୪୧୨, ଝାରସୁଗୁଡ଼ାରୁ ୪୦୭, ଅନୁଗୁଳରୁ ୩୯୩, ନୂଆପଡ଼ାରୁ ୩୮୫, କଳାହାଣ୍ଡିରୁ ୩୭୩, ଷ୍ଟେଟପୋଲରୁ ୩୬୦, ପୁରୀରୁ ୩୦୪, ଯାଜପୁରରୁ ୨୩୧, ନୟାଗଡ଼ରୁ ୨୨୬, ଭଦ୍ରକରୁ ୨୦୬ ଓ ମୟୁରଭଞ୍ଜ ଜିଲ୍ଲାରୁ ୧୯୯ ଜଣ ରହିଛନ୍ତି। ସେହିପରି ବଲାଙ୍ଗିିରରୁ ୧୯୫, କେଉଁଝରରୁ ୧୬୧, ରାୟଗଡ଼ାରୁ ୧୫୦, ଜଗତସିଂହପୁରରୁ ୧୪୫, କେନ୍ଦ୍ରାପଡ଼ାରୁ ୧୩୨, ବାଲେଶ୍ୱରରୁ ୧୨୫, ସୋନପୁରରୁ ୧୨୩, ଗଜପତିରୁ ୧୧୮, ଗଞ୍ଜାମରୁ ୧୧୪, କୋରାପୁଟରୁ ୮୯, କନ୍ଧମାଳରୁ ୬୮, ମାଲକାନଗିରିରୁ ୪୩, ଢେଙ୍କାନାଳରୁ ୪୨, ବୌଦ୍ଧରୁ ୩୭ ଓ ଦେଓଗଡ଼ ଜିଲ୍ଲାରୁ ୨୭ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୪୪ହଜାର ୮୭୩ ହୋଇଥିବାବେଳେ ୪ଲକ୍ଷ ୫୭ହଜାର ୫୬୯ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୧୯୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୮୫ହଜାର ୫୪ଜଣ ଚିକିତ୍ସିତ ହେଉଛନ୍ତି।