‘୯୫ ପ୍ରତିଶତ ମିଶନ୍ ପୂରଣ, ଚନ୍ଦ୍ରରୁ ମିଳିବ ଅନେକ ତଥ୍ୟ’

ଭାରତୀୟ ମହାକାଶ ବିଜ୍ଞାନ କେନ୍ଦ୍ର(ଇସ୍ରୋ)ର ମହାକାଶ ମିଶନ ‘ଚନ୍ଦ୍ରଯାନ-୨’ ୯୦ରୁ ୯୫ ପ୍ରତିଶତ ସଫଳ ହୋଇଛି ହୋଲି ଇସ୍ରୋ ଘୋଷଣା କରିଛି।

ଇସ୍ରୋ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବା ପରେ ୨.୧ କିମି ଅତିକ୍ରମ କରିବା ପରେ ସମ୍ପର୍କ ଛିନ୍ନ ହୋଇଥିଲା। କିନ୍ତୁ ସାଉଥ୍ ପୋଲରୁ ୨.୧ କିମି ଯିବା କିଛି କମ୍ କଥା ନୁହେଁ।

ଭବିଷ୍ୟତରେ ଏହା ଇସ୍ରୋକୁ ଅଧିକ ସହାୟକ ହେବ। ୭ ବର୍ଷ ପର୍ଯ୍ୟନ୍ତ ଏହା କାମ କରିବ। ଅର୍ବିଟରରେ ଲାଗିଥିବା ହାଇରିଜୋଲ୍ୟୁସନ କ୍ୟାମେରା ବହୁତ ତଥ୍ୟ ଦେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ଭାରତର ବହୁ ପ୍ରତୀକ୍ଷିତ ୨ ଚନ୍ଦ୍ର ମିଶନ ଉପରେ ସାରା ବିଶ୍ୱର ନଜର ଥିଲାବେଳେ ଚନ୍ଦ୍ରଯାନ- ୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଶୁକ୍ରବାର ରାତି ୧.୩୦ରୁ ୨.୩୦ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କାର୍ଯ୍ୟକ୍ରମ ଥିଲା। ବିକ୍ରମ ସଫଳତାର  ସହ ଅବତରଣ କରିଥିଲେ ଭାରତ ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ବିଶ୍ୱର ୪ର୍ଥ ରାଷ୍ଟ୍ର ଓ ଦକ୍ଷିଣ ମେରୁରେ ଅବତରଣ କରିବାରେ ପ୍ରଥମ  ରାଷ୍ଟ୍ରରୂପେ ପରିଗଣିତ ହୋଇଥାନ୍ତା। ଏଥିପୂର୍ବରୁ ଆମେରିକା, ରୁଷିଆ ଓ ଚୀନ୍ ଏହି ସଫଳତା ହାସଲ କରିଛନ୍ତି।