କରୋନାର ୨ୟ ଲହର ୩ ଗୁଣ ବଢ଼ିଛି; ଦିନକରେ ୯୩ ହଜାରରୁ ଅଧିକ ଲୋକ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନାର ପ୍ରକୋପ ପୁଣି ଥରେ ବଢ଼ିଛି। ଶନିବାର ରେକର୍ଡ ପରିମାଣରେ ୯୩ ହଜାରରୁ ଅଧିକ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ସହିତ ୫୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ଦୈନିକ କରୋନା ସଂକ୍ରମଣ ମାମଲାରେ ଭାରତ ବିଶ୍ୱରେ ୧ ନମ୍ବରରେ ପହଞ୍ଚିଛି।

ସୂଚନା ଅନୁସାରେ ଆଜି ଦେଶରେ ୯୩,୨୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୧,୨୪,୮୫,୫୦୯କୁ ବୃଦ୍ଧି ପାଇଛି। ଏଥିସହିତ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧,୬୪,୬୨୩ରେ ପହଞ୍ଚିଛି। ୬,୯୧,୫୯୭ ଜଣ କରୋନା ଆକ୍ରାନ୍ତ ବର୍ତ୍ତମାନ ସକ୍ରିୟ ରହିଥିବା ବେଳେ ମୋଟ ସୁସ୍ସ୍ଥଙ୍କ ସଂଖ୍ୟା ୧,୧୬,୨୯,୨୮୯ରେ ପହଞ୍ଚିଛି।