ସହରାଞ୍ଚଳରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା : ଜିଲ୍ଲାରୁ ଆଜି ୯୩ ଚିହ୍ନଟ

ବଲାଙ୍ଗିର,ଏନ୍ଏନ୍ଏସ୍ : ବଲାଙ୍ଗିର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି। ଆଜି ଜିଲ୍ଲାରେ ୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ବଲାଙ୍ଗିର ବ୍ଲକ ଅନ୍ତର୍ଗତ ସଦେଇପାଲିରୁ ୨ ଜଣ, ବରକାନୀରୁ ଜଣେ, ବଲାଙ୍ଗିର ପୌରାଞ୍ଚଳରୁ ୧୯ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୨ଜଣ, ବେଲପଡା ବ୍ଲକରୁ ୪ଜଣ, ଦେଓଗାଁ ବ୍ଲକରୁ ଜଣେ, କାଣ୍ଟାବାଞ୍ଜି ସହରାଞ୍ଚଳରୁ ୨୬, ଲୋଇସିଂହା ବ୍ଲକରୁ ୨ଜଣ, ମୁରିବାହାଲ ବ୍ଲକରୁ ଜଣେ, ପାଟଣାଗଡ଼ ବ୍ଲକରୁ ୬ଜଣ, ପାଟଣାଗଡ଼ ସହରାଞ୍ଚଳରୁ ୨୦ଜଣ, ପୁଇଁନ୍ତଳା ବ୍ଲକରୁ ୩ ଜଣ, ସଇଁନ୍ତଳା ବ୍ଲକରୁ ୪ ଜଣ , ଟିଟିଲାଗଡ ସହରରୁ ୩ ଜଣ ଓ ତୁରେକେଲା ବ୍ଲକରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଜିଲ୍ଲାରେ ମୋଟ୍ ୯୩୦୮ ଜଣ ସଂକ୍ରମିତଙ୍କ ମଧ୍ୟରୁ ୮୯୫୭ ଜଣ ସୁସ୍ଥ ହୋଇଥିବାବେଳେ ୩୦୮ଟି ଆକ୍ଟିଭ କେଶ ରହିଛି।