୯୩ ନୂଆ ପଜିଟିଭ ଚିହ୍ନଟ , ୨ ମୃତ

ବାରିପଦା, ଏନ୍ଏନ୍ଏସ୍: ଆଜି ଓଡ଼ିଶାରୁ ମୋଟ ୧୪୯୪ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରୁ ୯୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜିକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତମାନଙ୍କ ସଂଖ୍ୟା ୧୧, ୮୨୯ରେ ପହଁଞ୍ଚିଛି। ଆଜି ମୟୂରଭଞ୍ଜ ଜିଲ୍ଲାରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫୫ ଓ ୫୬ ବର୍ଷ ବୟସର ୨ ଜଣ ପୁରୁଷଙ୍କର ମୃତ୍ୟୁ ହୋଇଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି।