ଝାରସୁଗଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାରେ ପୁଣି ୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି। ସେମାନଙ୍କ ମଧ୍ୟରେ ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳରୁ ୨୯ଜଣ, ବେଲପାହାଡ଼ ପୌରପରିଷଦରୁ ୧୫ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୨୩ଜଣ, ଝାରସସୁଗୁଡ଼ା ବ୍ଲକରୁ ୧୦ଜଣ, ଲଖନପୁର ବ୍ଲକ ଅଞ୍ଚଳରୁ ୬ଜଣ ଓ ଲଇକେରା ବ୍ଲକରୁ ୧୦ଜଣ ରହିଛନ୍ତି। ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୮ଜଣ ପୂର୍ବ ଆକ୍ରାନ୍ତଙ୍କ ରିପୋର୍ଟ ପୁଣି ପଜିଟିଭ ଆସିଥିବାବେଳେ ଇନଷ୍ଟିଚ୍ୟୁସନାଲ କ୍ୱରେଣ୍ଟାଇନରୁ ୧୫ଜଣ ଓ ହୋମ କ୍ୱାରେଣ୍ଟାଇନରୁ ୫୭ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ କାର୍ଯ୍ୟାଳୟ ତଥା ଘରକୁ ସିଲ କରିବା ସହ ଉକ୍ତ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସେଠାରେ ଲୋକଙ୍କ ଯାତାୟତକୁ ବନ୍ଦ କରାଯିବା ସହ ସାନିଟାଇଜ କରାଯାଉଛି।
ପ୍ରକାଶଯୋଗ୍ୟ ଯେ, ଆଜିର ୯୩ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩୯କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୫୫୫ଜଣ ସୁସ୍ଥ ହୋଇଛନ୍ତି, ଜଣଙ୍କର ମୃତ୍ୟୁ ଘଟିଛି ଓ ୩୮୩ ଜଣଙ୍କ ଚିକିତ୍ସା ଜାରି ରହିଛି।