ଦେଶରେ ୨୪ ଘଣ୍ଟାରେ ୪୫,୮୮୨ କୋଭିଡ୍ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ପାର୍

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ଭାଇରସର ଆତଙ୍କ ଏବେବି ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୯୦ ଲକ୍ଷ ପାର ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ଘଣ୍ଟାରେ ୪୫,୮୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୫୮୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଫଳରେ ଦେଶରେ ଆଜି ସୁଦ୍ଧା ୯୦,୦୪,୩୬ ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ଦେଶରେ ଆକ୍ଟିଭ୍‌ କେସ୍‌ ୪,୪୩,୭୯୪ରେ ରହିଛି। ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୪,୨୮,୪୦୯ରେ ପହଞ୍ଚିଥିବା ବେଳେ ୧,୩୨,୧୬୨ ଜଣଙ୍କ ମୃତ୍ୟୁ ହୋଇସାରିଛି।