ରାଜ୍ୟରେ ଆଉ୯୦ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ପାଇଁ ଆଶ୍ୱସ୍ତି। ଆଉ ୯୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୯୭୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ତ୍ର ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୁଚନାଯୋଗ୍ୟା, ଆଜି ୯ଟି ଜିଲ୍ଲାରୁ ୯୦ ଜଣ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଜଗତସିଂପୁର ଜିଲ୍ଲାରୁ ସର୍ବାଧିକ ୨୩ ଜଣ ସୁସ୍ଥ ହୋଇଛନ୍ତି। ଯାଜପୁର ୨୨, ଭଦ୍ରକରୁ ୨୧, ଗଞ୍ଜାମରୁ ୧୫, କଟକରୁ ୩, ଖୋର୍ଦ୍ଧା ଓ ସମ୍ବଲପୁରରୁ ୨ଜଣ ଓ ବାଲେଶ୍ୱର ଏବଂ ନୟାଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଆଜି ସକାଳେ ୧୫ଟି ଜିଲ୍ଲାରୁ ୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ବତ୍ତର୍ମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ କୁ ବୃଦ୍ଧି ପାଇଛି ।ସେଥବମଧ୍ୟରୁ ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ୯୭୭ଜଣ ସୁସ୍ଥ ହୋଇ ଘରକୁ ପେଣିଛନ୍ତି। ଅନ୍ୟ ୭୩୭ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକତ୍ସିତ ହେଉଛନ୍ତି।