ଭୁବନେଶ୍ୱରରୁ ସର୍ବାଧିକ ୯୦ କରୋନା ପଜିଟିଭ ଚିହ୍ନଟ: କ୍ୱାରେଣ୍ଟାଇନରୁ ୬୩, ସ୍ଥାନୀୟ ୨୭

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ସର୍ବାଧିକ ୯୦ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬୩ଜଣ କ୍ୱାରେଣ୍ଟାଇନ ଓ ୨୭ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏଥିସହିତ ୨୪ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପାହାଳରୁ ୧୧, ୨ଟି ଘରୋଇ ହସ୍ପିଟାଲର ୨ଜଣ କର୍ମଚାରୀ, ସାଲିଆ ସାହି ଶ୍ରୀକୃଷ୍ଣା ନଗରରୁ ୭, କୋଳଥିଆରୁ ୩, ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ୨, ରସୁଲଗଡ଼, ନୟାପଲ୍ଲୀ, ଝାରପଡ଼ା, ୟୁନିଟ-୬, ଖଣ୍ଡଗିରି, ଡୁଡୁଡୁମା ମଧୁସୁଦନ ସମବାୟ ନଗର, ପୋଖରୀପୁଟରୁ ଜଣେ ଲେଖାଏଁ ରହିଛନ୍ତି। ସେହିପରି ୬ଟି ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରର ୨୨ ଜଣ, ଚକେଇସିଆଣୀର ଜଣେ ସରକାରୀ କର୍ମଚାରୀ, ନୟାପଲ୍ଲୀ ବେହେରା ସାହି, ନୟାପଲ୍ଲୀ ସିତାପୁର ବସ୍ତି, ହଁସପାଳ, ନାଗେଶ୍ୱର ଟାଙ୍ଗି, ଗଣ୍ଡମୁଣ୍ଡା, ମଞ୍ଚେଶ୍ୱର ଓ ରସୁଲଗଡ଼ ଚଣ୍ଡିମାତା ମନ୍ଦିର ନିକଟରୁ ଜଣେ ଲେଖାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି।

ଅନ୍ୟପଟେ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଘରୋଇ ହସ୍ପିଟାଲର ଜଣେ ମହିଳା କର୍ମଚାରୀ, ପୋଖରୀପୁଟ, ବରମୁଣ୍ଡା ଓ ରସୁଲଗଡ଼ ଜିଜିପି କଲୋନୀରୁ ୨ ଲେଖାଏଁ, ବିଜେବି ନଗର, ଜାଗମରା, ଘଟିକିଆ, ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ୱର, ଖଣ୍ଡଗିରି, ଭରତପୁର, ରସୁଲଗଡ଼ ଓସିସି କଲୋନୀ, ଚନ୍ଦ୍ରଶେଖରପୁର ନିଳାଦ୍ରୀ ବିହାର, ଚନ୍ଦ୍ରଶେଖରପୁର ବିଡିଏ କଲୋନୀ, ୟୁନିଟ-ଆଇଭି, ନୟାପଲ୍ଲୀର ଗଜପତି ନଗର ବସ୍ତି, ଖଣ୍ଡଗିରି, ବିଶେଶ୍ୱର ବସ୍ତି, ମହାବୀର ବସ୍ତି, କୋଳଥିଆ, ଖଣ୍ଡଗିରିର ଗଣ୍ଡମୁଣ୍ଡା ବସ୍ତି, ପାତ୍ରପଡ଼ା ଫୁଲେଶ୍ୱର ବସ୍ତି ଓ ଖଣ୍ଡଗିରି କୋଳଥିଆରୁ ଜଣେ ଲେଖାଏଁ ରହିଛନ୍ତି।

ଆଜି ସୁସ୍ଥ ହୋଇଥିବା ୨୪ଜଣଙ୍କ ମଧ୍ୟରେ ମଞ୍ଚେଶ୍ୱରରୁ ୭, ଖଣ୍ଡଗିରି ବରୀ, ବୋମିଖାଲ, ପୁରୁଣା ଭୁବନେଶ୍ୱର, ଚକେଇସିଆଣୀ, ପାହାଳ, ଚନ୍ଦକା, ଚନ୍ଦ୍ରଶେଖରପୁର ମୈତ୍ରୀ ବିହାର, ରବି ଟକିଜ୍ ଛକ, ଅନ୍ଧାରୁଆ, ଲକ୍ଷ୍ମୀନଗର, ସତ୍ୟନଗର, ସାଲିଆ ସାହି, ପଣ୍ଡରା, ଡେଲଟା କଲୋନୀ, ରସୁଲଗଡ଼ ଜିଜିପି କଲୋନୀ, ଲକ୍ଷ୍ମୀନଗର ଉପର ସାହି ଓ ଜୟଦେବ ବିହାରରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫୯ ହୋଇଥିବାବେଳେ ୩୮୫ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୪୬୨ଜଣ ଚିକିତ୍ସିତ ହେଉଛନ୍ତି।