ଜିଲ୍ଲା କାରାଗାରର ୯ କଏଦୀ କୋଭିଡ ପଜିଟିଭ ଚିହ୍ନଟ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା କାରାଗାରର ୯ ଜଣ କଏଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଜିଲ୍ଲା କାରାଗାରରେ କିଛିଦିନ ତଳେ ଜଣେ ରୋଗୀଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇଥିଲା। ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୩୦ ଜଣ କଏଦୀଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ତେଣୁ କରୋନା ସଂକ୍ରମିତ ରୋଗୀଙ୍କୁ ଏକ ସଂଗରୋଧ କକ୍ଷରେ ରଖାଯାଇ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି। ଅନ୍ୟ ୨୧ କଏଦୀ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି। ବର୍ତ୍ତମାନ କେନ୍ଦୁଝର ଜିଲ୍ଲାରେ ୫୬୫ ଜଣ କଏଦୀ ଥିବା ସୂଚନା ଦେଇଛନ୍ତି ଜେଲର।