ରାଜଧାନୀରୁ ପୁଣି ୯ ପଜିଟିଭ ଚିହ୍ନଟ, ୮ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଆଜି ପୁଣି ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭ଜଣ ସ୍ଥାନୀୟବ୍ୟକ୍ତି ଚିହ୍ନଟ ହୋଇଛନ୍ତି।

ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧୬୯୩ରେ ପହଞ୍ଚିଥିବାବେଳେ ୩୧୨୨୭ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୪୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୩ ଜଣ ଚିକିତ୍ସାଧୀନ ରହିଛନ୍ତି। ଅନ୍ୟପକ୍ଷରେ ଆଜି ଭୁନେଶ୍ୱରରୁ ମୋଟ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।