ଅଷ୍ଟମ ପ୍ରତିଷ୍ଠା ଦିବସରେ ‘ଅଚ୍ୟୁତନ୍ତ ‘ ପାଳନ କଲା ‘ ଦାନ ଉତ୍ସବ ‘

ନିଆରା ପ୍ରୟାସ କୁ ବିଭିନ୍ନ ମହଲରୁ ପ୍ରଶଂସା

ଭୁବନେଶ୍ୱର, ଏନ୍ଏନ୍ଏସ୍ : ପବିତ୍ର ଶାରଦୀୟ ପୂଜାକୁ ସ୍ମରଣୀୟ କରିବା ଓ ଲୋକଙ୍କ ମୁହଁ ରେ ଟିକେ ହସ ଦେବାକୁ ଭିନ୍ନ ପ୍ରୟାସ କରିଛି ସାମାଜିକ ଅନୁଷ୍ଠାନ ‘ ଅଚ୍ୟୁତନ୍ତ’ । ନିଜର ଅଷ୍ଟମ ପ୍ରତିଷ୍ଠା ଦିବସ ଅବସରରେ ରାଜଧାନୀ ଭୁବନେଶ୍ଵର ରେ ମହାସମାରୋହରେ ପାଳିତ ହୋଇଯାଇଛି ଦାନ ଓ ମନୋରଞ୍ଜନ ର ନିଆରା କାର୍ୟ୍ୟକ୍ରମ ‘ ଦାନ ଉତ୍ସବ ‘ ଯେଉଁଥିରେ ସ୍ଥାନୀୟ ଅଞ୍ଚଳବାସୀ ବହୁ ସଂଖ୍ୟାରେ ସାମିଲ ହୋଇ ସନ ଦେବା ସହ ଗରିବ ଓ ଖଟିଖିଆ ପରିବାରର ଶିଶୁମାନଙ୍କୁ ଯଥା ସମ୍ଭବ ସାହାଯ୍ୟ ଓ ସହଯୋଗ ପ୍ରଦାନ କରି ଖୁସି ବାଣ୍ଟିଥିଲେ । କାର୍ୟ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବରେ ସାମିଲ ହୋଇ ଅଯୋଜକଙ୍କୁ ଉତ୍ସାହିତ କରିବା ସହ ଏଭଳି ଏକ ଦାନ ଉତ୍ସବର ଆୟୋଜନ ପାଇଁ ସାଧୁବାଦ୍ ଜଣାଇଥିଲେ । ଅନୁଷ୍ଠାନର ଆୟୋଜକ ରୋମ ଦାସ ମହାପାତ୍ର କୁହନ୍ତି ‘ ଏହି କାର୍ୟ୍ୟକ୍ରମ କେବଳ ଅସହାୟଙ୍କ ମୁହଁ ରେ ଚେନାଏ ହସ ଫୁଟାଇବା ନୁହେଁ, ଦାନର ପ୍ରକୃତ ଆନନ୍ଦ ଦାନଦାତା ଙ୍କୁ ଉତ୍ସାହିତ କରିବା ମଧ୍ୟ ଲକ୍ଷ୍ୟ ରହିଥିଲା ।

ବିଜୟା ଦଶମୀ ତିଥିରେ ଭୁବନେଶ୍ୱର ଲକ୍ଷ୍ମୀ ସାଗର ହାଇସ୍କୁଲ ପଡିଆରେ ଉତ୍ସବର ଆୟୋଜନ କରାଯାଇଥିଲା । କାର୍ୟ୍ୟକ୍ରମ ରେ ଅତିଥି ଭାବରେ ବହୁ ସେଲିବ୍ରିଟି ମଡେଲ, ଡାଂସର୍, କଳାକାର ସାମିଲ ହୋଇଥିଲେ । ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ରାମ୍ପ ସୋ, ଓଡ଼ିଶୀ ଓ ଆଧୁନିକ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ ଉପସ୍ଥିତ ଅତିଥି ଏବଂ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା । କେବଳ ସେତିକି ନୁହଁ ନୀତା ଅମ୍ବାନୀ ବାଳିକା ଫୁଟବଲ୍ ଟିମ୍ ପକ୍ଷରୁ ଆୟୋଜିତ ମ୍ୟାଚ୍ ଦେଖିବାକୁ ବହୁ ସଂଖ୍ୟାରେ ଦର୍ଶକ ଭିଡ଼ ଜମାଇଥିଲେ ।

କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ଟିମ୍ ସଦସ୍ୟ ମନିଷା, ବବିତା, ସୁଧାସ୍ମିତା, ବନ୍ଦିତା, ସୌମ୍ୟା, ଆରୁସି ଏବଂ ସେଲିବ୍ରିଟି ଭଲ୍ୟୁଏଣ୍ଚର ଭାବେ ଅମନ୍, ପ୍ରଦୀପ, ଭୂମୀ, ମଧୁସ୍ମିତା, ଅମିର୍, ଶୈଳେନ୍ଦ୍ର, ଆୟୁଷ ପ୍ରମୁଖ ଉପସ୍ଥିତ ଥିଲେ ।
ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ, ସୁଶାନ୍ତ ଦାସ, ପ୍ରବୀଣ ସାହୁ, ନନ୍ଦ କିଶୋର ପଟ୍ଟନାୟକ,ବିଜୟ ସାହୁ, ଅଭିନେତା ଅମନ୍, ଅଭିନେତା ପ୍ରଦୀପ ।