ମେ’ ୩ ରୁ ଅଷ୍ଟମ ଭୀମପାହାଡ଼ ମହୋତ୍ସବ

ଦେଓଗାଁ,ଏନ୍‌ଏନ୍‌ଏସ୍‌: ଦେଓଗାଁ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ପଞ୍ଚାୟତ ଭୀମଡୁଙ୍ଗୁରି ନିକଟସ୍ଥ ଭୀମପାହାଡ଼ ପର୍ଯ୍ୟଟନ ସ୍ଥଳୀରେ ମହୋତ୍ସବ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେଡି ନେତା ଲକ୍ଷ୍ମଣ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ବୈଠକରେ ଆସନ୍ତା ୩ରୁ ୫ ତାରିଖ ଭୀମପାହାଡ଼ ମହୋତ୍ସବ ଆୟୋଜନ କରିବାକୁ ନେଇ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଏହି ମହୋତ୍ସବ ୮ମ ବର୍ଷରେ ପଦାର୍ପଣ କରିଛି । ମହୋତ୍ସବ ଆୟୋଜନ ପାଇଁ ନୂତନ ପରିଚାଳନା କମିଟି ଗଠନ ହୋଇଛି । ସଭାପତି ଭାବେ ପ୍ରମୋଦ ବହିଦାରଙ୍କୁ ଦାୟିତ୍ୱ ଦିଆଯାଇ ଥିବାବେଳେ ଉପସଭାପତି ଭାବେ ଘନଶ୍ୟାମ ପଟେଲଙ୍କୁ ଚୟନ କରାଯାଇଛି । ସେହିପରି ସମ୍ପାଦକ ଭାବେ ଗୋବର୍ଦ୍ଧନ ସାହୁ, କୋଷାଧ୍ୟକ୍ଷ ଭାବେ ଅଭିମନ୍ୟୁ ମାଝୀ, ଉପଦେଷ୍ଟା ଭାବେ ପୂର୍ବତନ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଓ ଶୈଳେନ୍ଦ୍ର ସାହୁଙ୍କୁ ମନୋନୀତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ୧୩ନଂ ଜିଲ୍ଲା ପରିଷଦ ସଭ୍ୟ ସୁମତି ସେଠ, ମୁକୁନ୍ଦପୁର ସରପଞ୍ଚ ଜାନକୀ ସାହୁ, ସମିତି ସଭ୍ୟ ଅଭିମନ୍ୟୁ ମାଝୀ, ବଡ଼ବାହାଲ ସମିତି ସଭ୍ୟ ସୀତାଂଶୁ ମିଶ୍ର, ଉପରଝର ସମିତି ସଭ୍ୟ ବୀଣାପାଣି ବିଶ୍ୱାଳ, ଅନଙ୍ଗ ପ୍ରଧାନ ଓ ଦେବରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।