୧୯ ଜିଲ୍ଲାରୁ ୮୯ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୮୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୫୩ଜଣ ଓ ସ୍ଥାନୀୟ ସଂକ୍ରମଣ ୩୬ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୬ହଜାର ୯୨୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରରୁ ୧୪, ଖୋର୍ଦ୍ଧା ଓ ବାଲେଶ୍ୱରରୁ ୯ ଲେଖାଏଁ, ସୁନ୍ଦରଗଡ଼ରୁ ୮, ବରଗଡ଼ ଓ ବଲାଙ୍ଗିରରୁ ୬ ଲେଖାଏଁ, ଯାଜପୁର ଓ ସୋନପୁରରୁ ୫ ଲେଖାଏଁ, କଟକ, ପୁରୀ, ଦେଓଗଡ଼ ଓ ଝାରସୁଗୁଡ଼ାରୁ ୪ ଲେଖାଏଁ, ମୟୁରଭଞ୍ଜରୁ ୩, ଅନୁଗୁଳରୁ ୨, ବୌଦ୍ଧ, କଳାହାଣ୍ଡି, କେନ୍ଦ୍ରାପଡ଼ା, ମାଲକାନଗିରି, ନବରଙ୍ଗପୁର ଓ ଷ୍ଟେଟପୋଲରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୨ଲକ୍ଷ ୫୫ହଜାର ୮୧ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୬ହଜାର ୯୨୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୪ହଜାର ୨୪୩ଜଣ ସୁସ୍ଥ ହୋଇଛନ୍ତି, ୧୯୧୪ଜଣଙ୍କର ମୃତ୍ୟୁ ଘଟିଛି ଓ ୬୨୩ ଜଣ ଚିକିତ୍ସିତ ହେଉଛନ୍ତି।