ଭୁବନେଶ୍ୱରରେ ୮୯ କରୋନା ପଜିଟିଭ ଚିହ୍ନଟ: ୧୦୭ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଉ ୮୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬୫ ଜଣ ଓ ସ୍ଥାନୀୟ ସଂକ୍ରମଣ ୨୪ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୬୮କୁ ବୃଦ୍ଧି ପାଇଛି। ଏଥିସହିତ ୧୦୭ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଯଦ୍ୱାରା ଆଜି ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥସଂଖ୍ୟା ଅଧିକ ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୬୮ ହୋଇଥିବାବେଳେ ୧,୭୯୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୮ଜଣଙ୍କର ମୃତ୍ୟୁ ଘଟିଛି ଓ ୧,୨୫୦ ଜଣ ଚିକିତ୍ସିତ ହେଉଛନ୍ତି।