ଦେଶକୁ କେନ୍ଦ୍ରର ୮୮ଟି ରେଳ ପ୍ରକଳ୍ପ ଭେଟି

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ରବିବାର କେରଳ, ତାମିଲନାଡୁ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଏବଂ କର୍ଣ୍ଣାଟକର ବିଭିନ୍ନ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହୋଇଛି।

ରେଳ ବିଭାଗକୁ ଅଧିକ ସମୃଦ୍ଧ କରିବାକୁ ସମୁଦାୟ ୮୮ଟି ରେଳ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରାଯାଇଛି। କେରଳରେ ରେଳ ପ୍ରକଳ୍ପର ଉଦଘାଟନ କରିବା ସମୟରେ ପୀୟୂଷ ଗୋଏଲ କହିଛନ୍ତି ଭାରତର ଐତିହ୍ୟ ରକ୍ଷକ ତଥା କେରଳର ରେଲୱେରେ ବିଭିନ୍ନ ସୁବିଧା ବ୍ୟବହାର କରୁଥିବା ରେଳ ଯାତ୍ରୀଙ୍କ ପାଇଁ ଯୋଗାଯୋଗରେ ଉନ୍ନତି ଆଣିବ।

ସେ ଆହୁରି କହିଛନ୍ତି ଆମର ପ୍ରୟାସ ହେଉଛି କେରଳ ରେଲୱେ ଭିତ୍ତିଭୂମିକୁ ସମୃଦ୍ଧ କରିବା, କେରଳକୁ ଅନ୍ୟ ଦେଶ ସଂଯୋଗ କରୁଥିବା ସମସ୍ତ ସୁବିଧାକୁ ବୃଦ୍ଧି କରିବା ଓ ଏହି ଅଞ୍ଚଳରେ ଅଧିକ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ସହିତ ରେଳ ନେଟୱର୍କକୁ ପରିବର୍ତ୍ତନ କରୁଛୁ ବୋଲି କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ। କେରଳ ପାଇଁ ଗୃହୀତ ହୋଇଥିବା ବଜେଟ ବର୍ଷକୁ ବର୍ଷ ବୃଦ୍ଧି ପାଉଛି। କେରଳ ରେଲୱେକୁ ସମୃଦ୍ଧ କରିବା ପାଇଁ ଆମେ ସର୍ବଦା ପ୍ରତିଶ୍ରୁତିବଦ୍ଧ।