ଦିନକରେ ୮୭୯ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୮୭୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୫୧୮ଜଣ ଓ ସ୍ଥାନୀୟ ସଂକ୍ରମଣ ୩୬୧ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୫ହଜାର ୫୨୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ୧୪୪, ସୁନ୍ଦରଗଡ଼ରୁ ୧୩୧, ନୂଆପଡ଼ାରୁ ୬୧, ବରଗଡ଼ରୁ ୫୩, କଟକରୁ ୫୦, ସମ୍ବଲପୁରରୁ ୪୮, କଳାହାଣ୍ଡିରୁ ୪୩, ସମ୍ବଲପୁରରୁ ୪୮, ପୁରୀରୁ ୪୫, ଷ୍ଟେପୋଲରୁ ୩୨, ଗଞ୍ଜାମରୁ ୩୧, ମୟୁରଭଞ୍ଜରୁ ୨୯, ବଲାଙ୍ଗିରରୁ ୨୬, କେଉଁଝରରୁ ୨୫, ଝାରସୁଗୁଡ଼ାରୁ ୨୩, ବାଲେଶ୍ୱରରୁ ୨୨, ଅନୁଗୁଳରୁ ୨୦, ନବରଙ୍ଗପୁରରୁ ୧୯, ଭଦ୍ରକରୁ ୧୭, ଯାଜପୁରରୁ ୧୫, ରାୟଗଡ଼ାରୁ ୧୩, କେନ୍ଦ୍ରାପଡ଼ାରୁ ୯, ନୟାଗଡ଼ରୁ ୬, କୋରାପୁଟ ଓ କନ୍ଧମାଳରୁ ୫ ଲେଖାଏଁ, ସୋନପୁର ଓ ଜଗତସିଂହପୁରରୁ ୨ଲେଖାଏଁ, ବୌଦ୍ଧ, ଦେଓଗଡ଼ ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୨ଲକ୍ଷ ୭୫ହଜାର ୬୩୧ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୪୫ହଜାର ୫୨୬ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୮ହଜାର ୬୬୨ଜଣ ସୁସ୍ଥ ହୋଇଛନ୍ତି, ୧୯୨୩ଜଣଙ୍କର ମୃତ୍ୟୁ ଘଟିଛି ଓ ୪୮୮୮ ଜଣ ଚିକିତ୍ସିତ ହେଉଛନ୍ତି।