ରାଜ୍ୟରେ ଆଜି ସର୍ବାଧିକ ୮୭୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ସର୍ବାଧିକ ୮୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୮୯୩୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାରୁ ଆଜି ୩୯୬ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୧୪, ଗଜପତି ଜିଲ୍ଲାରୁ ୪୯ଜଣ, ଜଗତସିଂହପୁର ଜିଲ୍ଲାରୁ ୪୪ଜଣ, କୋରାପୁଟରୁ ୩୫ଜଣ, ବାଲେଶ୍ୱରରୁ ୩୩ଜଣ, କନ୍ଧମାଳରୁ ୨୯ଜଣ, ଅନୁଗୁଳରୁ ୨୬ଜଣ, କେନ୍ଦୁଝରରୁ ୨୩ଜଣ, ନୟାଗଡରୁ ୧୬ଜଣ, କଟକ ଓ ସୁନ୍ଦରଗଡରୁ ୧୪ ଲେଖାଏଁ, ଭଦ୍ରକରୁ ୧୩ଜଣ, ମାଲକାନଗିରିରୁ ୧୧ଜଣ, ଯାଜପୁରରୁ ୧୦ଜଣ, କେନ୍ଦ୍ରାପଡାରୁ ୮ଜଣ, ବରଗଡ, ବୌଦ୍ଧ, ଢେଙ୍କାନାଳରୁ ୭ଜଣ ଲେଖାଏଁ, ଝାରସୁଗୁଡାରୁ ୫ଜଣ, ବଲାଙ୍ଗିର ଓ ପୁରୀରୁ ୪ଜଣ ଲେଖାଏଁ, ନୂଆପଡା ଓ ରାୟଗଡାରୁ ୩ଜଣ ଲେଖାଏଁ, ମୟୂରଭଞ୍ଜରୁ୨ଜଣ, ସମ୍ବଲପୁରରୁ ଜଣେ ସୁସ୍ଥ ହୋଇଛନ୍ତି।