କୋରାପୁଟ,ଏନ୍ଏନ୍ଏସ୍: ଜିଲ୍ଲା ପ୍ରଶାସନ ସହାୟତାରେ ୩ଟି ବସ୍ ଯୋଗେ ଜେଇଇ-୨୦୨୦ ପରୀକ୍ଷା ଦେବାକୁ କୋରାପୁଟ ଜିଲ୍ଲାରୁ ୮୭ଜଣ ପରୀକ୍ଷାର୍ଥୀ ଭୁବନେଶ୍ୱର ଓ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଛନ୍ତି। ଆମ୍ବାଗୁଡ଼ାରୁ ବସଗୁଡ଼ିକ ବାହାରି ଥିବାବେଳେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ, କାର୍ଯ୍ୟାଳୟର ସତ୍ୟ ନାରାୟଣ ଦଳେଇ ଓ ଆମ୍ବାଗୁଡ଼ା ଆଇଟିଆଇର କର୍ମକର୍ତ୍ତାମାନେ ଉପସ୍ଥିତ ରହି ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ପରୀକ୍ଷାର୍ଥୀଙ୍କ ସହ ୨୩ଜଣ ଅଭିଭାବକ ଯାଇଥିବା ସୂଚନା ମିଳିଛି। ଏଥିସହିତ ପରୀକ୍ଷାର୍ଥୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଫଳ ଓ ପାଣି ବୋତଲ ଯୋଗାଇ ଦିଆଯାଇଥିଲା।