ଭୁବନେଶ୍ୱରରୁ ଆଜି ଆଉ ୮୬୪ କୋଭିଡ ପଜିଟିଭ ଚିହ୍ନଟ, ୯୩୬ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି। ଏହି ମଧ୍ୟରେ ଆଜି ଭୁବନେଶ୍ୱରରୁ ୮୬୪ଟି ନୂଆ କୋଭିଡ ପଜିଟିଭ ମାମଲା ଚିହ୍ନଟ ହୋଇଛି। ଏହି ସଂକ୍ରମିତଙ୍କ ମଧ୍ୟରେ ଲୋକାଲରୁ ୭୩୦ ଜଣ ଚିହ୍ନଟ ହୋଇଥିବା ବେଳେ ସଂଗରୋଧ କେନ୍ଦ୍ରରୁ ୧୩୪ ଜଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ଏଥିସହିତ ଭୁବନେଶ୍ୱରରେ ମୋଟ କୋଭିଡ ସଂକ୍ରମଣ ସଂଖ୍ୟା ୬୨ ହଜାର ୪୯୮ରେ ପହଞ୍ଚିଛି। ସେଥିରୁ ୫୦ ହଜାର ୧୬୦ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୨୯୬ ଜଣଙ୍କ ମୃତ୍ୟୁ ହୋଇସାରିଛି। ବର୍ତ୍ତମାନ ରାଜଧାନୀରେ ୧୨ ହଜାର ୦୨୧ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଏନେଇ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।