ରାଜ୍ୟରୁ ଆଉ ୮୬ ଜଣ କରୋନାରେ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରୁ ଆଉ ୮୬ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୫୧ଜଣ ଓ ସ୍ଥାନୀୟ ସଂକ୍ରମଣ ୩୫ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୭ହଜାର ୧୦୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୦, ସମ୍ବଲପୁର ଓ ଖୋର୍ଦ୍ଧାରୁ ୯ ଲେଖାଏଁ, ବାଲେଶ୍ୱରରୁ ୭, ବଲାଙ୍ଗିରରୁ ୬, କଟକ ଓ ମୟୁରଭଞ୍ଜରୁ ୫ ଲେଖାଏଁ, ବରଗଡ଼, ଯାଜପୁର, ଝାରସୁଗୁଡ଼ା ଓ ପୁରୀରୁ ୪ ଲେଖାଏଁ, ଅନୁଗୁଳ, କେନ୍ଦ୍ରାପଡ଼ା ଓ ନବରଙ୍ଗପୁରରୁ ୩ ଲେଖାଏଁ, ଦେଓଗଡ଼ ଓ କୋରାପୁଟରୁ ୨ ଲେଖାଏଁ, ଗଜପତି, କଳାହାଣ୍ଡି, ନୟାଗଡ଼, ନୂଆପଡ଼ା, ସୋନପୁର ଓ ଷ୍ଟେଟପୋଲରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୩ଲକ୍ଷ ୪୪୯ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୭ହଜାର ୧୦୪ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୩୪ହଜାର ୪୬୩ଜଣ ସୁସ୍ଥ ହୋଇଛନ୍ତି, ୧୯୧୪ଜଣଙ୍କର ମୃତ୍ୟୁ ଘଟିଛି ଓ ୬୭୩ ଜଣ ଚିକିତ୍ସିତ ହେଉଛନ୍ତି।